ଦେଶ ବିଦେଶ

ରାହୁଲ ସହ ଗାତରେ ଥିଲା ସାପ ଓ ବେଙ୍ଗ, ସମସ୍ତେ ଜୀବନ ପାଇଁ କରୁଥିଲେ ସଂଘର୍ଷ

କେନ୍ୟୁଜ୍(ବ୍ୟୁରୋ): ବିପଦରେ ଥିଲା ରାହୁଲ। ବୋରୱେଲ ହୋଲରେ ପୂର୍ବରୁ ଏକ ସାପ ଓ ବେଙ୍ଗ ପଡିଥିଲେ। କିନ୍ତୁ ରହୁଲ ପଡିବା ପରେ କେହି ବି ତାକୁ ଆଘାତ ଦେଇନଥିଲେ। କାରଣ ସମସ୍ତେ ସେଠି ଅସହାୟ ଅବସ୍ଥାରେ ଥିଲେ। ରାହୁଲକୁ ଉଦ୍ଧାର ପୂର୍ବରୁ ଏନଡିଆରଏଫ ଟିମ୍ ଏହା ଜାଣିବାକୁ ପାଇଥିଲା। ପରେ ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦିଆଯାଇଥିଲା। କିନ୍ତୁ ସେତେବେଳେ କେବଳ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ବ୍ୟତିତ ଅନ୍ୟ କିଛି ଉପାୟ ନଥିଲା । ଶେଷର ସେଇଆ ହିଁ ହେଲା। ରାହୁଲକୁ ଉଦ୍ଧାରୁ ପୂର୍ବରୁ ପ୍ରଥମେ ସାପ ଓ ବେଙ୍ଗକୁ  ଉଦ୍ଧାର କରାଯାଇଥିଲା ।  ପରେ ରାହୁଲକୁ ଉଦ୍ଧାର କରାଯାଇଛି।

ରାହୁଲକୁ ଉଦ୍ଧାର ପାଇଁ ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଥିଲା। ଏଥି ସହିତ ଆଇସିୟୁ ଥିବା ୩ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରହିଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଥିଲା। କର୍ଡନ କରିବା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରଖାଯାଇଥିଲା। ରାହୁଲକୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସରେ ବିଳାସପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି।

ଶୁକ୍ରବାର ୪ଟା ପରଠୁ ବୋରେଓ୍ଵଲ୍‌ ଭିତରେ ଥିଲା ରାହୁଲ । ଶହେ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ୍‌ । ଏବେ ବିଳାସପୁର ମେଡିକାଲରେ ରାହୁଲର ଚିକିତ୍ସା ଚାଲିଛି । ତା ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛି । ଉଦ୍ଧାର କାମରେ ଏନଡିଆରଏଫ୍‌, ଏସଡିଆରଏଫ୍‌ ସହ ସେନା ସାମିଲ ଥିଲେ । ଜି ଜାନ୍‌ ଲଗାଇ ଦେଇଥିଲେ NDRF ଟିମ୍‌। ଉଦ୍ଧାରକାରୀ ଦଳ ପଥର କାଟି ଭିତରକୁ ପଶିଥିଲେ । ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ବୋରେଓ୍ଵଲରେ ଖସିପଡିଥିଲା ରାହୁଲ । ୫ ଦିନ ପରେ ବୋରୱେଲ୍‌ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା।

 

KNews Bureau

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

13 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

17 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

29 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago