ରାହୁଲ ସହ ଗାତରେ ଥିଲା ସାପ ଓ ବେଙ୍ଗ, ସମସ୍ତେ ଜୀବନ ପାଇଁ କରୁଥିଲେ ସଂଘର୍ଷ
କେନ୍ୟୁଜ୍(ବ୍ୟୁରୋ): ବିପଦରେ ଥିଲା ରାହୁଲ। ବୋରୱେଲ ହୋଲରେ ପୂର୍ବରୁ ଏକ ସାପ ଓ ବେଙ୍ଗ ପଡିଥିଲେ। କିନ୍ତୁ ରହୁଲ ପଡିବା ପରେ କେହି ବି ତାକୁ ଆଘାତ ଦେଇନଥିଲେ। କାରଣ ସମସ୍ତେ ସେଠି ଅସହାୟ ଅବସ୍ଥାରେ ଥିଲେ। ରାହୁଲକୁ ଉଦ୍ଧାର ପୂର୍ବରୁ ଏନଡିଆରଏଫ ଟିମ୍ ଏହା ଜାଣିବାକୁ ପାଇଥିଲା। ପରେ ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦିଆଯାଇଥିଲା। କିନ୍ତୁ ସେତେବେଳେ କେବଳ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ବ୍ୟତିତ ଅନ୍ୟ କିଛି ଉପାୟ ନଥିଲା । ଶେଷର ସେଇଆ ହିଁ ହେଲା। ରାହୁଲକୁ ଉଦ୍ଧାରୁ ପୂର୍ବରୁ ପ୍ରଥମେ ସାପ ଓ ବେଙ୍ଗକୁ ଉଦ୍ଧାର କରାଯାଇଥିଲା । ପରେ ରାହୁଲକୁ ଉଦ୍ଧାର କରାଯାଇଛି।
ରାହୁଲକୁ ଉଦ୍ଧାର ପାଇଁ ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଥିଲା। ଏଥି ସହିତ ଆଇସିୟୁ ଥିବା ୩ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରହିଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଥିଲା। କର୍ଡନ କରିବା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରଖାଯାଇଥିଲା। ରାହୁଲକୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସରେ ବିଳାସପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି।
हमारा बच्चा बहुत बहादुर है।
उसके साथ गढ्ढे में 104 घंटे तक एक सांप और मेढक उसके साथी थे।
आज पूरा छत्तीसगढ़ उत्सव मना रहा है, जल्द अस्पताल से पूरी तरह ठीक होकर लौटे, हम सब कामना करते हैं।
इस ऑपरेशन में शामिल सभी टीम को पुनः बधाई एवं धन्यवाद। pic.twitter.com/JejmhL7PBj
— Bhupesh Baghel (@bhupeshbaghel) June 14, 2022
ଶୁକ୍ରବାର ୪ଟା ପରଠୁ ବୋରେଓ୍ଵଲ୍ ଭିତରେ ଥିଲା ରାହୁଲ । ଶହେ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ୍ । ଏବେ ବିଳାସପୁର ମେଡିକାଲରେ ରାହୁଲର ଚିକିତ୍ସା ଚାଲିଛି । ତା ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛି । ଉଦ୍ଧାର କାମରେ ଏନଡିଆରଏଫ୍, ଏସଡିଆରଏଫ୍ ସହ ସେନା ସାମିଲ ଥିଲେ । ଜି ଜାନ୍ ଲଗାଇ ଦେଇଥିଲେ NDRF ଟିମ୍। ଉଦ୍ଧାରକାରୀ ଦଳ ପଥର କାଟି ଭିତରକୁ ପଶିଥିଲେ । ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପିହରିଡ୍ ଗାଁରେ ବୋରେଓ୍ଵଲରେ ଖସିପଡିଥିଲା ରାହୁଲ । ୫ ଦିନ ପରେ ବୋରୱେଲ୍ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା।