କେନ୍ୟୁଜ୍(ବ୍ୟୁରୋ): ଆଗାମୀ ୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ। ଦକ୍ଷିଣ-ପଶ୍ମିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବାଲେଶ୍ୱରରେ ସର୍ବାଧିକ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝରରେ ୨୧.୬ ମିମି, ଦାରିଙ୍ଗବାଡ଼ିରେ ୨୦ ମିମି ଓ ପାରଳାଖେମୁଣ୍ଡିରେ ୧୮.୬ ମିଲିିମିଟର ବର୍ଷା ରେକର୍ଡ ହୋଇଛି