ମଫଲର ତ ବାହାରି ଗଲାଣି, ଆପଣ ଦେଖି ନାହାନ୍ତି; ୟୁଜର୍ସଙ୍କ ପ୍ରଶ୍ନର କେଜରିଓ୍ଵାଲ୍‌ ଦେଲେ ଏମିତି ଜବାବ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଶୀତ ସବୁ ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ମୁତାବକ ଆସନ୍ତା କିଛି ଦିନ ଭିତରେ ଶୀତ ଆହୁରୀ ବଢିବ । କୁହୁଡି କାରଣରୁ ୧୦୦-୨୦୦ମିଟର ଦୁରରୁ କିଛି ନଜର ଆସୁନାହିଁ । ଲୋକ ଗରମ ପୋଷାକ ପିନ୍ଧୁଛନ୍ତି । ଏସବୁ ଭିତରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ମଫଲରକୁ ନେଇ କରାଯାଇଥିବା ଏକ ଟ୍ଵିଟ୍‌ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

କହିବାକୁ ଗଲେ ଅରୁଣ ଅରୋରା ନାମକ ଜଣେ ୟୁଜର୍ସ ଶୀତକୁ ନେଇ ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲଙ୍କୁ ଟ୍ୟାଗ୍‌ କରି ଏକ ଟ୍ଵିଟ୍‌ କରିଥିଲେ । ଯାହାପରେ କେଜରିଓ୍ଵାଲ ମଧ୍ୟ ଚୁପ୍‌ ନରହି ଉଚିତ୍‌ ଜବାବ ଦେଇଥିଲେ । ୟୁଜର୍ସ ଜଣଙ୍କ ପଚାରିଥିଲେ ହାଲୋ ଅରବିନ୍ଦ କେଜରିଓ୍ଵାଲ, ଏଥର ବର୍ତ୍ତମାନ ଯାଏ ମଫଲର ବାହାରକୁ ଆସିନାହିଁ । ଥଣ୍ଡା ବି ବହୁତ ହଉଛି, ଜନତା ପଚାରୁଛନ୍ତି ସାର୍‌ ।

ଏହି ପ୍ରଶ୍ନର ଉତ୍ତରରେ କେଜରିଓ୍ଵାଲ୍‌ ହସିକି ଜବାବ ଦେଇଛନ୍ତି କି, ମଫଲର ବହୁ ପୂର୍ବରୁ ବାହାରି ଯାଇଛି ,ଆପଣମାନେ ଧ୍ୟାନ ଦେଇନାହାନ୍ତି । ଏହା ସହିତ ସେ ଜନତାଙ୍କୁ ଥଣ୍ଡାରୁ ଦୁରେଇ ରହିବା ପାଇଁ ଅପିଲ୍‌ କରି କହିଥିଲେ କି, ଥଣ୍ଡା ବହୁତ ଅଧିକ ହେଉଛି, ସବୁ ଲୋକ ନିଜର ଧ୍ୟାନ ରଖନ୍ତୁ ।

ସୂଚନା ଥାଉକି, ଅରବିନ୍ଦ କେଜରିଓ୍ଵାଲଙ୍କ ମଫଲରକୁ ନେଇ ପୂର୍ବରୁ ବହୁଥର ଚର୍ଚ୍ଚା ହୋଇସାରିଛି । ଏହା ମଧ୍ୟ କୁହାଯାଏ କି ଯଦି କେଜରିଓ୍ଵାଲ ନିଜର ମଫଲର ବାହାର କରି ପିନ୍ଧିଲେ ତେବେ ଜଣାଯାଏ କି, ଦିଲ୍ଲୀରେ ଥଣ୍ଡା ପଡିଗଲା । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ଅନ୍ଦାଜକୁ ବର୍ତ୍ତମାନ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି ।

Sonalisa

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

10 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

19 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

23 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

49 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

55 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

55 mins ago