Below header

ମଫଲର ତ ବାହାରି ଗଲାଣି, ଆପଣ ଦେଖି ନାହାନ୍ତି; ୟୁଜର୍ସଙ୍କ ପ୍ରଶ୍ନର କେଜରିଓ୍ଵାଲ୍‌ ଦେଲେ ଏମିତି ଜବାବ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଶୀତ ସବୁ ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ମୁତାବକ ଆସନ୍ତା କିଛି ଦିନ ଭିତରେ ଶୀତ ଆହୁରୀ ବଢିବ । କୁହୁଡି କାରଣରୁ ୧୦୦-୨୦୦ମିଟର ଦୁରରୁ କିଛି ନଜର ଆସୁନାହିଁ । ଲୋକ ଗରମ ପୋଷାକ ପିନ୍ଧୁଛନ୍ତି । ଏସବୁ ଭିତରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ମଫଲରକୁ ନେଇ କରାଯାଇଥିବା ଏକ ଟ୍ଵିଟ୍‌ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

kejriwalକହିବାକୁ ଗଲେ ଅରୁଣ ଅରୋରା ନାମକ ଜଣେ ୟୁଜର୍ସ ଶୀତକୁ ନେଇ ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲଙ୍କୁ ଟ୍ୟାଗ୍‌ କରି ଏକ ଟ୍ଵିଟ୍‌ କରିଥିଲେ । ଯାହାପରେ କେଜରିଓ୍ଵାଲ ମଧ୍ୟ ଚୁପ୍‌ ନରହି ଉଚିତ୍‌ ଜବାବ ଦେଇଥିଲେ । ୟୁଜର୍ସ ଜଣଙ୍କ ପଚାରିଥିଲେ ହାଲୋ ଅରବିନ୍ଦ କେଜରିଓ୍ଵାଲ, ଏଥର ବର୍ତ୍ତମାନ ଯାଏ ମଫଲର ବାହାରକୁ ଆସିନାହିଁ । ଥଣ୍ଡା ବି ବହୁତ ହଉଛି, ଜନତା ପଚାରୁଛନ୍ତି ସାର୍‌ ।


ଏହି ପ୍ରଶ୍ନର ଉତ୍ତରରେ କେଜରିଓ୍ଵାଲ୍‌ ହସିକି ଜବାବ ଦେଇଛନ୍ତି କି, ମଫଲର ବହୁ ପୂର୍ବରୁ ବାହାରି ଯାଇଛି ,ଆପଣମାନେ ଧ୍ୟାନ ଦେଇନାହାନ୍ତି । ଏହା ସହିତ ସେ ଜନତାଙ୍କୁ ଥଣ୍ଡାରୁ ଦୁରେଇ ରହିବା ପାଇଁ ଅପିଲ୍‌ କରି କହିଥିଲେ କି, ଥଣ୍ଡା ବହୁତ ଅଧିକ ହେଉଛି, ସବୁ ଲୋକ ନିଜର ଧ୍ୟାନ ରଖନ୍ତୁ ।

arabindସୂଚନା ଥାଉକି, ଅରବିନ୍ଦ କେଜରିଓ୍ଵାଲଙ୍କ ମଫଲରକୁ ନେଇ ପୂର୍ବରୁ ବହୁଥର ଚର୍ଚ୍ଚା ହୋଇସାରିଛି । ଏହା ମଧ୍ୟ କୁହାଯାଏ କି ଯଦି କେଜରିଓ୍ଵାଲ ନିଜର ମଫଲର ବାହାର କରି ପିନ୍ଧିଲେ ତେବେ ଜଣାଯାଏ କି, ଦିଲ୍ଲୀରେ ଥଣ୍ଡା ପଡିଗଲା । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ଅନ୍ଦାଜକୁ ବର୍ତ୍ତମାନ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.