ଦେଶ ବିଦେଶ

୧୩୦ ସ୍ପିଡ୍‌ ଥିବା ଟ୍ରେନର ଛାତ ଉପରେ ଶୋଇ ଶୋଇ ଯାତ୍ରା କଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଟ୍ରେନରେ ମିଳିଲାନି ସିଟ । ପରେ ଯାତ୍ରୀଙ୍କ ମୁଣ୍ଡକୁ ଆସିଲା ଅଦ୍ଭୁତ ବୁଦ୍ଧି । ଟ୍ରେନରେ ଯାତ୍ରା କରିବା ପାଇଁ ଏମିତି ଉପାୟ ଆପଣାଇଲେ ଯେ କେବଳ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ ତାହା ନୁହେଁ ବରଂ ରେଳକର୍ମଚାରୀମାନେ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । ତେବେ ଜଣେ ଯୁବକ ଟ୍ରେନ ଛାତରେ ଶୋଇ ଶୋଇ ଦିଲ୍ଲୀରୁ କାନପୁର ଯାତ୍ରା କରିଛନ୍ତି । ତାଙ୍କର ଏ ଅଦ୍ଭୁତ କାରନାମା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟ୍ରେନ ଉପରେ ୨୫୦୦୦ ଭୋଲ୍ଟର ବିଦ୍ୟୁତ ଯାଇଥାଏ, ଏପରିସ୍ଥିତିରେ ଟ୍ରେନ ଛାତରେ ଶୋଇ ଶୋଇ ଯାତ୍ରା କରିବା କେତେ ଯେ ବିପଜ୍ଜନକ ତାହା ଆପଣମାନେ କଳ୍ପନା କରି ପାରୁଥିବେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଟ୍ରେନର ସ୍ପିଡ୍‌ ୧୩୦ ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ କିଛି ବି ଜାଣିି ପାରିନଥିଲେ । ଦୀର୍ଘ ୪୦୦ କିଲୋମିଟର ଟ୍ରେନ ଉପରେ ଶୋଇ ଶୋଇ ଯାତ୍ରା କରିଛନ୍ତି ଯୁବକ ।

ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି, ଯେଉଁଠାରେ ଟ୍ରେନରେ ସିଟ୍ ନ ପାଇବାରୁ ଜଣେ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି । ବ୍ୟକ୍ତି ଜଣଙ୍କ ଟ୍ରେନର ଛାତ ଉପରକୁ ଯାଇ ସେଠାରେ ଶୋଇ ପଡ଼ିଥିଲେ । ଟ୍ରେନ ଛାତ ଉପରେ ଶୋଇ ଶୋଇ ପ୍ରାୟ ୪୦୦ କିଲୋମିଟର ଯାତ୍ରା କରିଥିଲେ ଯୁବକ । ଯେତେବେଳେ ଟ୍ରେନ ଦିଲ୍ଲୀରୁ କାନପୁରରେ ପହଞ୍ଚିଥିଲା, ବ୍ୟକ୍ତି ଜଣକ ଟ୍ରେନର ଛାତ ଉପରେ ଆରାମରେ ଶୋଇଥିବାର ଲୋକମାନେ ଦେଖିବାକୁ ପାଇଲେ । ଯାହା ପରେ ରେଳ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ସୂଚନା ଥାଉ କି ଏହି ଘଟଣା କାନପୁର ସେଣ୍ଟ୍ରାଲ ଷ୍ଟେସନରେ ବିଳମ୍ବିତ ରାତି ପ୍ରାୟ ୧ ଟାରେ ଘଟିଥିଲା । ହମସଫର ଏକ୍ସପ୍ରେସ ଟ୍ରେନ ଦିଲ୍ଲୀରୁ ଆରମ୍ଭ ହୋଇ କାନପୁର ସେଣ୍ଟ୍ରାଲର ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହି ସମୟରେ ରେଳ ଅଧିକାରୀମାନେ ଟ୍ରେନର ଛାତ ଉପରେ ଜଣେ ଯୁବକ ଶୋଇଥିବା ବିଷୟରେ ଜାଣିବାକୁ ପାଇଥିଲେ। ପରେ ଯୁବକଙ୍କୁ ଟ୍ରେନ ଛାତରୁ ଓହ୍ଲାଇବାକୁ ଚେଷ୍ଟା କରାଯାଇଥିଲା ।

ଯୁବକ ଜଣକ ଟ୍ରେନରେ ସିଟ୍‌ ନମିଳିବାରୁ ଛାତ ଉପରକୁ ଯାଇଥିବା କଥା କହିଥିଲେ । ଥଣ୍ଡା ପବନ ପାଇ ଆରାମରେ ଟ୍ରେନ ଉପରେ ହିଁ ଶୋଇଯାଇଥିଲେ । କିନ୍ତୁ ଯଦି ସେ ଟ୍ରେନ ଉପରେ ଛିଡ଼ା ହୋଇଯାଇଥାନ୍ତେ ତେବେ ତାଙ୍କ ଜୀବନ ଯାଇଥାନ୍ତା ନିଶ୍ଚିତ । କାରଣ ଟ୍ରେନ୍ ଉପରେ ୨୫,୦୦୦ ଭୋଲ୍ଟର କରେଣ୍ଟ ଥାଏ । ଉକ୍ତ ଯୁବକଙ୍କ ନାମ ଦିଲୀପ କୁମାର ବୋଲି ଜଣାପଡ଼ିଛି ଏବଂ ସେ ଦିଲ୍ଲୀରୁ ହମସଫର ଏକ୍ସପ୍ରେସର ବି –୧୧ କୋଚ ଛାତ ଉପରେ ଶୋଇ ଶୋଇ ଆସୁଥିଲେ ।

ଦିଲୀପଙ୍କୁ ଟ୍ରେନ୍‌ ଉପରୁ ତଳକୁ ଅଣାଯାଇ ରେଳ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କ ଠାରୁ ଜରିମାନା ନେବା ପରେ ମୁକ୍ତ କରାଯାଇଥିଲା । ମାଜିଷ୍ଟ୍ରେଟ ଯୁବକଙ୍କୁ ଏଭଳି ଆଉ ନକରିବା ପାଇଁ ଚେତାବନୀ ଦେଇଛନ୍ତି । ଯଦି ସେ ଏପରି କାର୍ଯ୍ୟ ପୁଣି ଥରେ କରନ୍ତି ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମାଜିଷ୍ଟ୍ରେଟ୍‌ କହିଛନ୍ତି ।

 

Subhalaxmi Das

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago