ପାକିସ୍ତାନ କବ୍ଜାରେ ମୋଟ୍ ୬୫ ଘଣ୍ଟା ରହିଥିଲେ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ତେବେ ତା ଭିତରୁ ୨୪ ଘଣ୍ଟା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ତାଙ୍କ ଠାରୁ ପାକ୍ ସେନା ଗୁପ୍ତ ତଥ୍ୟ ହାସଲ କରିବାକୁ ପୂରା ଦମ୍ରେ ଲାଗି ଯାଇଥିଲା । ଭାରତ ଫେରିବା ପରେ କହିଥିଲେ, ପାକିସ୍ତାନ ତାଙ୍କୁ ମାନସିକ ନିର୍ଯାତନା ଦେଇଛି । ହେଲେ ପ୍ରକୃତରେ ସେଇ ୨୪ ଘଣ୍ଟା ତାଙ୍କ ପାଇଁ କିଭଳି ଥିଲା ଏବଂ କେଉଁ ପରିସ୍ଥିତିର ସେ ସାମନା କରିଥିଲେ ସେକଥା କହିନଥିଲେ । ଏବେ ଧୀରେ ଧୀରେ ତାଙ୍କୁ ନେଇ ଘଟିଥିବା ଘଟଣାରୁ ପରଦା ଉଠିଛି । ଅଭିନନ୍ଦନ ତାଙ୍କ ବରିଷ୍ଠ ବାୟୁସେନା ଅଧିକାରୀଙ୍କୁ ଯାହା କହିଥିଲେ ସେ ସବୁ ପଦାକୁ ଆସିଛି । କିଭଳି ଭାବେ ପାକିସ୍ତାନରେ ତାଙ୍କୁ କେବଳ ମାନସିକ ନୁହେଁ ଶାରୀରିକ ନିର୍ଯାତନା ଦିଆଯାଇଥିଲା ସେ କଥା କହିଛନ୍ତି ।
ସେଇ ୨୪ ଘଣ୍ଟା ଅଭିନନ୍ଦନଙ୍କ ପାଇଁ ଥିଲା ଜୀବନର ସବୁଠାରୁ ବଡ଼ ପରୀକ୍ଷା । ଶତ୍ରୁ ଆଗରେ ମୁହଁ ନଖୋଲି ନିଜର ଦମ୍ଭ ଦେଖାଇବା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖା ଯାଉଥିଲା ।
ସେନାରେ ତାଲିମ ଦିଆଯାଏ ଯେ ଶତ୍ରୁ ହାତରେ ଧରାପଡ଼ିଲେ ପ୍ରଥମ ୨୪ ଘଣ୍ଟାରେ ଭାଙ୍ଗି ପଡ଼ିବ ନାହିଁ । ସେମାନଙ୍କ ଆଗରେ ମୁହଁ ନଖୋଲିବାକୁ ପୂରା ଚେଷ୍ଟା କରିବ । କାରଣ ଏହି ସମୟ ଭିତରେ ବିଭାଗ ତାର ରଣନୀତି ଏବଂ ମୁତୟନ ଥିବା ଫୋର୍ସର ଜାଗା ବଦଳାଇ ପାରିବ । ଆଉ ଠିକ୍ ତାହାହିଁ କରିଥିଲେ ଅଭିନନ୍ଦନ । ପାକ୍ ସେନା ଓ ବୟୁସେନାର ଟିମ୍ ତାଙ୍କୁ ଲଗାତର ପଚରା ଉଚରା କରିଥିଲେ । ହେଲେ ଭାରତ ମାତାର ଜଣେ ସଚ୍ଚା ସନ୍ତାନ ଭାବେ ସାହସ ଓ ଦମ୍ଭ ଦେଖାଇ ଅଭିନନ୍ଦନ ସବୁ ପ୍ରତିଘାତର ମୁକାବିଲା କରିଥିଲେ । କିଛି ବି କହିନଥିଲେ ଗୁପ୍ତ କଥା । ଶେଷରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ଅଭିନନ୍ଦନଙ୍କୁ ଆଣି ଭାରତକୁ ଅର୍ପଣ କରିଥିଲା ଓ୍ଵାଘା ସୀମାରେ । ଅଭିନନ୍ଦଙ୍କୁ ତାଙ୍କର ଦମ୍ଭ ଓ ସାହସ ପାଇଁ ସଲାମ୍ ।
କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…
ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ…