ଦେଶ ବିଦେଶ

ନୋଏଡା ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ନେଇ ଜାରି ହେଲା ଆଡଭାଇଜରୀ, କିଛିଦିନ ପାଇଁ ଝରକା ବନ୍ଦ ରଖିବାକୁ ପରାମର୍ଶ

ନୋଏଡା ସେକ୍ଟର-୯୩ ଏ ସ୍ଥିତ ଟ୍ଵିନ ଟାଓ୍ଵାରକୁ ଆଜି ଦିନ ୨.୩୦ ମିନିଟରେ ଭଙ୍ଗାଯିବ। ଟାଓା୍ଵର ଭାଙ୍ଗିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟାଓ୍ଵାର ଭାଙ୍ଗିବା ପାଇଁ ୩,୭୦୦ କିଲୋ ବାରୁଦର ବ୍ୟବହାର କରାଯାଇଛି। ମାତ୍ର ୧୨ ସେକେଣ୍ଡରେ ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର ଧରାଶାୟୀ ହେବ। ଟ୍ଵିନ ଟାଓ୍ଵାର ଭାଙ୍ଗିବା ପରେ ଆଖାପାଖ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେଣୁ ଟାଓ୍ଵାର ଭାଙ୍ଗିବା ସ୍ଥାନରେ ଡାକ୍ତରୀ ଟିମ୍‌ ଏବଂ ଆମ୍ବୁଲାନ୍ସ, ହସପିଟାଲ ସବୁକିଛି ପ୍ରସ୍ତୁତ ରହିଛି।

ତେବେ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପରେ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ ତାହାକୁ ନେଇ ନୋଏଡା ସ୍ଥିତି ଗୌତମ ବୁଦ୍ଧ ନଗର ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଛନ୍ତି।

କ’ଣ ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା:

– ଆଖି, ନାକ ଏବଂ ମୁହଁରେ ଜ୍ୱଳନ

– ଶରୀରରେ ଯନ୍ତ୍ରଣା
– ଛାତି ଜାମ୍‌ ଲାଗିବା
– କାଶ ହେବା
– ଅନିୟମିତ ଭାବେ ହୃଦସ୍ପନ୍ଦନ ବଢିବା
– ନାକ ବନ୍ଦ ହେବା
– ମନ ବିଚଳିତ ହେବା
– ପେଟ ଯନ୍ତ୍ରଣା ଭଳି ସମସ୍ୟା

ଏଥିରୁ ବଞ୍ଚିବା ପାଇଁ କ’ଣ କରିବେ :

– ସବୁ ଝରକା କବାଟ ବନ୍ଦ ରଖନ୍ତୁ ।
– ଘରର ଚଟାଣକୁ ଓଦା କପଡାରେ ସଫା କରନ୍ତୁ ଏବଂ ଭ୍ୟାକୁମ କିଲରରେ ସଫା କରନ୍ତୁ।
– ଧ୍ୱସ୍ତ ହେବା ପରେ ଘରର ସବୁ ଚାଦର ଏବଂ ତକିଆ ଖୋଳ ଧୋଇଦିଅନ୍ତୁ।
– ଖାଦ୍ୟ ଖାଇବା ପୂର୍ବରୁ ପାଣିରେ ଭଲଭାବେ ହାତ ସଫା କରନ୍ତୁ।
– ଫେସ ମାସ୍କ ପିନ୍ଧିବା ସହିତ ଚଷମା ମଧ୍ୟ ପିନ୍ଧନ୍ତୁ।
– ଯଦି ଆପଣଙ୍କୁ କୌଣସି ଲକ୍ଷଣ ଦେଖାଦିଏ, ତେବେ ଭୟଭୀତ ନ ହୋଇ ୯୪୧୫୫୧୯୭୭୩, ୯୬୫୦୮୨୬୯୨୫ ନମ୍ବରକୁ କଲ କରିପାରିବେ।

କ’ଣ ନ କରିବେ :

– ଧ୍ୱସ୍ତ ହେବା ପରେ କିଛି ଦିନ ପର୍ଯ୍ୟନ୍ତ ଝରକା ଓ କବାଟ ବନ୍ଦ କରି ରଖନ୍ତୁ।
– ହାତ, ଗୋଡ ଧୋଇ ହେବା ପରେ ହିଁ ଖାଆନ୍ତୁ ଏବଂ ପିଅନ୍ତୁ।
– ବାହାରେ ଖାଆନ୍ତୁ ନାହିଁ।
– ହାତ ନଖ ଖାଆନ୍ତୁ ନାହିଁ।
– ବାହାରକୁ ବୁଲିବାକୁ ଯାଆନ୍ତୁ ନାହିଁ।

 

Also Read : ନୋଏଡା ଟ୍ଵିନ ଟାଓ୍ଵର : ମାତ୍ର ୧୨ ମିନିଟରେ ଧ୍ୱଂସ ହେବ ୩୨ ମହଲା ବିଲିଡିଂ, ଖର୍ଚ୍ଚ ହେବ ୧୭.୫୫ କୋଟି ଟଙ୍କା, ଧ୍ୱଂସବିଶେଷରୁ ମିଳିବ ୧୩ କୋଟି ଲାଭ

Swagatika

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

3 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

5 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

40 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

52 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago