୯ ଘଣ୍ଟା ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ପଣବନ୍ଦୀ ଥିବା ୨୦ ଶିଶୁ, ଅପରାଧୀକୁ ଗିରଫ କଲା ପୋଲିସ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫା‌ରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ଜଣେ ଅପରାଧୀ ୨୦ ଶିଶୁଙ୍କୁ ପଣବନ୍ଦୀ କରି ରଖିଥିଲା। ତେବେ ସବୁ ଶିଶୁଙ୍କୁ ୯ ଘଣ୍ଟା ପରେ ଉଦ୍ଧାର କରାଯିବା ସହିତ ଅପରାଧୀକୁ ଗିରଫ କରିଛି ପୋଲିସ୍ । ଅପରାଧୀ ଜଣକ ଏହି ପିଲାମାନଙ୍କୁ ନିଜ ଘରକୁ ଡାକିନେଇ ପଣବନ୍ଦୀ କରିଥିଲା।

ପଣବନ୍ଦୀ ଥିବା ଶିଶୁ ଓ ମହିଳାଙ୍କୁ ଯିଏ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲା ତାଙ୍କ ଉପରକୁ ଗୁଳି ଚଳାଉଥିଲା। ଉତ୍ତରପ୍ରଦେଶର ଫାରୁକାବାଦର ସୁବାସ ବାଥମ ନାମକ ଏହି ଯୁବକ ଜାମିନରେ ଆସିଥିବା ଜଣେ ହତ୍ୟା ଅପରାଧୀ । ଯିଏ ନିଜ ଘରେ ଏହି ଶିଶୁ ଓ ମହିଳାମାନଙ୍କୁ ପଣବନ୍ଦୀ କରି ରଖିଥିଲା। ସୁବାସ ନିଜ ଘରେ ଜନ୍ମଦିନ ପାଳନ କରିବାକୁ ପଡୋଶୀ ପିଲାମାନଙ୍କୁ ଏବଂ ମହିଳାଙ୍କୁ ଡାକି ଘର ଭିତରେ ତାଲା ପକାଇଦେଇଥିଲା।

ପଣବନ୍ଦୀ ରଖିଥିବା ଶିଶୁ ଓ ମହିଳାମାନଙ୍କୁ ଛାଡ଼ି ଦେବାକୁ ଗାଁ ଲୋକେ କହିବାରୁ ସେ ପାଲଟା ଗୁଳି ଚଳାଉଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଉକ୍ତ ଘରକୁ ଘେରାଉ କରିଥିଲା। ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ନିୟୋଜିତ ହୋଇଥିଲେ । ୯ ଘଣ୍ଟା ଅପରେସନ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

17 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

18 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

22 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

59 mins ago