Below header

୯ ଘଣ୍ଟା ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ପଣବନ୍ଦୀ ଥିବା ୨୦ ଶିଶୁ, ଅପରାଧୀକୁ ଗିରଫ କଲା ପୋଲିସ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫା‌ରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ଜଣେ ଅପରାଧୀ ୨୦ ଶିଶୁଙ୍କୁ ପଣବନ୍ଦୀ କରି ରଖିଥିଲା। ତେବେ ସବୁ ଶିଶୁଙ୍କୁ ୯ ଘଣ୍ଟା ପରେ ଉଦ୍ଧାର କରାଯିବା ସହିତ ଅପରାଧୀକୁ ଗିରଫ କରିଛି ପୋଲିସ୍ । ଅପରାଧୀ ଜଣକ ଏହି ପିଲାମାନଙ୍କୁ ନିଜ ଘରକୁ ଡାକିନେଇ ପଣବନ୍ଦୀ କରିଥିଲା।

childପଣବନ୍ଦୀ ଥିବା ଶିଶୁ ଓ ମହିଳାଙ୍କୁ ଯିଏ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲା ତାଙ୍କ ଉପରକୁ ଗୁଳି ଚଳାଉଥିଲା। ଉତ୍ତରପ୍ରଦେଶର ଫାରୁକାବାଦର ସୁବାସ ବାଥମ ନାମକ ଏହି ଯୁବକ ଜାମିନରେ ଆସିଥିବା ଜଣେ ହତ୍ୟା ଅପରାଧୀ । ଯିଏ ନିଜ ଘରେ ଏହି ଶିଶୁ ଓ ମହିଳାମାନଙ୍କୁ ପଣବନ୍ଦୀ କରି ରଖିଥିଲା। ସୁବାସ ନିଜ ଘରେ ଜନ୍ମଦିନ ପାଳନ କରିବାକୁ ପଡୋଶୀ ପିଲାମାନଙ୍କୁ ଏବଂ ମହିଳାଙ୍କୁ ଡାକି ଘର ଭିତରେ ତାଲା ପକାଇଦେଇଥିଲା।

manପଣବନ୍ଦୀ ରଖିଥିବା ଶିଶୁ ଓ ମହିଳାମାନଙ୍କୁ ଛାଡ଼ି ଦେବାକୁ ଗାଁ ଲୋକେ କହିବାରୁ ସେ ପାଲଟା ଗୁଳି ଚଳାଉଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଉକ୍ତ ଘରକୁ ଘେରାଉ କରିଥିଲା। ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ନିୟୋଜିତ ହୋଇଥିଲେ । ୯ ଘଣ୍ଟା ଅପରେସନ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.