Below header

ପବ୍ଲିକ ସାମ୍ନାରେ ଏହି ଅଭିନେତାଙ୍କୁ ଲିପ୍‌ କିସ୍‌ କଲେ ରଣବୀର ସିଂହ, ସୋସିଆଲ ମିଡିଆରେ ଲାଇଭ୍‌ ଭିଡିଓ ଦେଖିଲେ ଦୀପିକା

ଏନର୍ଜୀ, ମସ୍ତି ଏବଂ ଏଣ୍ଟରଟେନମେଣ୍ଟର ପାଓ୍ଵାର ପ୍ୟାକ ଯଦି ବଲିଉଡରେ କାହାକୁ କୁହଯିବ ତେବେ ପ୍ରଥମ ନାମ ରଣବୀର ସିଂହର ଆସିବ। ପରଦାରେ ଜବରଦସ୍ତ ଆକ୍ଟିଙ୍ଗରେ ସବୁବେଳେ ରଣବୀର ଲୋକଙ୍କ ମନ ଜିତିଆସିଛନ୍ତି। ଏହାସହିତ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ମଜାଳିଆ କାମ କରନ୍ତି। ଏବେ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜର କୋ-ଷ୍ଟାରଙ୍କୁ ଲିପ୍‌ ଲକ୍‌ କରୁଥିବାର ଦେଖିବାକୁ ମିଳୁଛି।

jatinସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ରଣବୀର ଏହି ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଣ୍ଟରେ ଲାଇଭ୍‌ କରିଥିଲେ। ଏଥିରେ ତାଙ୍କର ଆଗାମୀ ଫିଲ୍ମ ୮୩ର ପୂରା ଷ୍ଟାର କାଷ୍ଟ ମଧ୍ୟ ଥିଲେ। କଥା କଥାରେ ମସ୍ତି ମଜାକରେ ରଣବୀର ନିଜ କୋ-ଷ୍ଟାର ଜତିନଙ୍କ ସହିତ ଲିପ ଲକ୍‌ କରିବାକୁ ଲାଗିଲେ ଏବଂ ପୂରା ଟିମ୍‌ ହୋହାଲ୍ଲା ହେଉଥିବା ଦେଖିବାକୁ ମିଳିଛି।


ଏହାପରେ ରଣବୀର ନିଜର ଫୋନକୁ ହାତରେ ଧରି କହୁଛନ୍ତି, ‘ତୁମ ଭାବି ଲାଇଭରେ ଅଛି ସବୁ ଦେଖୁଛି କି କଣ ହେଉଛି।’ ରଣବୀର ଏଠାରେ ଦୀପିକାଙ୍କ କଥା କହୁଥିଲେ।

କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ୮୩ର କାହାଣୀ ଭାରତୀୟ କ୍ରିକେଟ ଟିମ ଦ୍ୱାରା ବିଜୟ ହାସଲ କରିଥିବା ପ୍ରଥମ ବିଶ୍ୱ କପ ଉପରେ ଆଧାରିତ। ଏହି ଫିଲ୍ମରେ ରଣବୀର ସିଂହ, କପିଲ ଦେବଙ୍କର ଭୂମିକାରେ ନଜର ଆସିବେ। ଫିଲ୍ମରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ଫଟୋ ଏବଂ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ ହୋଇସାରିଛି। ଏହି ଫିଲ୍ମ ୧୦ ଏପ୍ରିଲ, ୨୦୨୦ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.