ଆଜିିଠାରୁ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ ଅଧିବେଶନ, ପ୍ରଥମ ଦିନରେ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିିଠାରୁ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନ ସମ୍ବୋଧନ କରିବେ । ବଜେଟ ପୂର୍ବରୁ ଅର୍ଥାତ୍ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ଯାହାକି ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଚିତ୍ର ପ୍ରଦାନ କରିବ । ଯାହାକୁ ପ୍ରସ୍ତୁତ କରିଛନ୍ତି, କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ଭି ସୁବ୍ରମଣ୍ୟମ ।

sitaramanଦେଶର ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ମୁଦ୍ରାସ୍ଫୀତି ବି ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଏଭଳି ସ୍ଥିତିରେ ଦେଶର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୧ ଯାଏ ଚାଲିବ । ସେହିପରି ବଜେଟ ଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.