ଘନକହୁଡ଼ିରେ ଲୁଚିଗଲା ମା କୀଚକେଶ୍ୱରୀଙ୍କ ମନ୍ଦିର, ଆଜି ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ

ମୟୂରଭଞ୍ଜ : ଘନକହୁଡ଼ିରେ ଲୁଚିଗଲା ମା କୀଚକେଶ୍ୱରୀଙ୍କ ମନ୍ଦିର। ଆଜି ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଏଥିରେ ଖିଚିଂର ମା କିଚକେଶ୍ୱରୀ ମନ୍ଦିର ଘୋଡ଼ାଇ ହୋଇଯାଇଥିଲା। କୁହୁଡ଼ି ପାଇଁ ୪୯ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ କଷ୍ଟକର ହୋଇପଡ଼ିଥିଲା। ସେପଟେ ଜିଲ୍ଲାକୁ ପୁଣି ଫେରିଛି ଶୀତ। ଆଜି ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ କରାଯାଇଛି। ଶୀତ ଲହରୀ ପାଇଁ ରାସ୍ତାଘାଟରେ କମ ସଂଖ୍ୟାରେ ଲୋକ ଲୋକ ଦେଖାଯାଇଛି।