ଆମେରିକାରେ ବିଲ୍‌ ଗେଟସଙ୍କ ସହ ନଜର ଆସିଲେ ମଲ୍ଲିକା ସେରାବତ୍‌, ଫଟୋ ହେଲା ଭାଇରାଲ୍‌

ମର୍ଡର ଏବଂ ଭଲପାଇବା ପକ୍ଷରେ ପ୍ରତିକ୍ରିୟା ଭଳି ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ମଲ୍ଲିକା ସେରାବତ୍‌ଙ୍କୁ ବିଲ ଗେଟସଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି। ମାଇକ୍ରୋସଫ୍ଟ କର୍ପୋରେସନର କୋ-ଫାଉଣ୍ଡର ଏବଂ ଦୁନିଆର ସବୁଠାରୁ ଧନୀ ସେଲିବ୍ରେଟିମାନଙ୍କ ମଧ୍ୟରେ ଗଣିତ ବିଲ ଗେଟସଙ୍କ ସହ ସାକ୍ଷାତ କରି ମଲ୍ଲିକା ଖୁବ୍‌ ଖୁସି ଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ମଲ୍ଲିକା ଏହି ଫୋଟକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପାର୍ଟିକୁ ଏମେଜାନଙ୍କ ସିଇଓ ଏବଂ ଫାଉଣ୍ଡର ଜେକ ବେଜୋସ ଆୟୋଜନ କରିଥିଲେ। ସୂଚନା ମୁତାବକ ଏହି ପାର୍ଟି ଆମେରିକାର ଓ୍ଵାସିଂଟନ ଡିସିରେ ହୋଇଥିଲା।

mallika-ମଲ୍ଲିକାର ବିଲ୍‌ ଗେଟସଙ୍କ ଫଟୋ ସେୟାର କରି ଲେଖିଛନ୍ତି, ବିଲ୍‌ ଗେଟସଙ୍କ ସହ ନାରୀ ଶକ୍ତିକୁ ନେଇ ଆଲୋଚନା କରିଥିଲି ଏବଂ ତାଙ୍କୁ ସହ ମୁଁ ଖୁବ୍‌ ଉତ୍ସାହିତ ଅନୁଭବ କରୁଛି। ରିପୋର୍ଟ ଅନୁଯାୟୀ ମଲ୍ଲିକାଙ୍କ ଇନଷ୍ଟାଗ୍ରାମରେ ୧.୪ ମିଲିୟନ ଫଲୋର୍ସ ରହିଛନ୍ତି। ମଲ୍ଲୀିକାଙ୍କ ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ସେ ହିନ୍ଦୀ ଫିଲ୍ମରେ କାମ କରିବା ସହ କିଛି ଇଣ୍ଟରନ୍ୟାସନାଲ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି। ଏହାବ୍ୟତୀତ ମଲ୍ଲିକା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି।

mallika1ସୂଚନା ମୁତାବକ ମଲ୍ଲିକା ଏବେ ନିଜର ପ୍ରଫେସନାଲ ଠାରୁ ଅଧିକ ପର୍ସନାଲ ଲାଇଫ୍‌ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ସେ ଜଣେ ଫ୍ରେଞ୍ଚ୍‌ ବ୍ୟକ୍ତି ସହ ଡେଟ୍‌ କରୁଛନ୍ତି। ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ହେଉଛି ସାଇରିଲ ଅକ୍ସେନଫେସ୍‌। ସାଇରିଲ ପ୍ୟାରିସ୍‌ର ଜଣେ ଟାଇକୁନ୍‌ ବ୍ୟବସାୟୀ। ଉଭୟଙ୍କ ପ୍ରଥମ ସାକ୍ଷାତ ପ୍ୟାରିସରେ ହୋଇଥିଲା। ଭାଲେଣ୍ଟାଇନ ଡେ’ ରେ ମଧ୍ୟ ସାଇରିଲ ମଲ୍ଳିକାଙ୍କୁ ଏକ ଲଗ୍ଜୁରୀ କାର୍‌ ଗିଫ୍ଟ କରିଥିଲେ। ଶୁଣିବାକୁ ମିଳିଛି ଉଭୟ ବହୁତ ଜଲଦି ବିବାହ କରିପାରନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.