କରୋନା ଭାଇରସ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ କାଳିନ ପରିସ୍ଥିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ କାଳିନ ପରିସ୍ଥିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO । ଏପରି ଭାଇରସ୍‌ର ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମନ୍ଵୟ ରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା WHO ପକ୍ଷରୁ କୁହାଯାଇଛି । ତେବେ ଚୀନରେ ଯାହା ଘଟୁଛି ସେଥିଯୋଗୁଁ ନୁହେଁ ବରଂ ଅନ୍ୟାନ୍ୟ ଦେଶରେ ରୋଗର ପ୍ରାଦୁର୍ଭାବକୁ ନଜରରେ ରଖି ଏହି ଘୋଷଣା କରାଯାଇଥିବା WHO ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସସ୍‌ କହିଛନ୍ତି। ଯେଉଁ ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଭଲ ନାହିଁ, ସେପରି ଦେଶରେ କିପରି କରୋନା ଭାଇରସ୍‌କୁ ରୋକାଯାଇ ପାରିବ । ସମସ୍ତଙ୍କୁ ଏକାଠି ହୋଇ ଏପରି ଭାଇରସ୍‌ ବ୍ୟାପିବାକୁ ରୋକିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ଟେଡ୍ରୋସ୍‌ ଆଧାନମ କହିଛନ୍ତି ।

virusକରୋନା ଭାଇରସ୍‌ ଯୋଗୁ ଚୀନ୍‌ରେ ସ୍ଥିତି ସାଂଘାତିକ ହେଲାଣି । ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୨୧୩ରେ ପହଞ୍ଚିଛି । ଦେଶରେ ୯ ହଜାରରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ହୁେଓ୍ଵଇ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଥିବାରୁ ଏହି ପ୍ରଦେଶର ସମସ୍ତ ସହର ଅଚଳ ହୋଇଯାଇଛି । ହୁେଓ୍ଵଇରେ ୪୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚୀନ୍‌ର ୧୭ଟି ସହରରେ ସ୍ଥିତି ଅଣାୟତ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.