ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲା, ପଳାତକ ନୀରବ ମୋଦୀଙ୍କୁ ଆଜି ଲଣ୍ଡନ ୱେଷ୍ଟମିନିଷ୍ଟର କୋର୍ଟରେ କରାଯିବ ହାଜର

ଲଣ୍ଡନ: ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ପଳାତକ ନୀରବ ମୋଦୀଙ୍କୁ ଆଜି ଲଣ୍ଡନ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ । ନିୟମିତ ରିମାଣ୍ଡ ଶୁଣାଣି ଲାଗି ତାଙ୍କୁ ଭିଡିଓ ଲିଙ୍କରେ କୋର୍ଟରେ ହାଜର କରାଯିବ । ଲଣ୍ଡନର ୱ୍ଵାର୍ଡୱ୍ଵର୍ଥ ଜେଲରେ ଏବେ ଅଛନ୍ତି ନିରବ ମୋଦୀ । ଭାରତକୁ ପ୍ରତ୍ୟାବର୍ତ୍ତନ ନେଇ ମେ ୧୧ ତାରିଖରୁ ୱେ୍ଵଷ୍ଟ ମିନିଷ୍ଟର କୋର୍ଟରେ ଶୁଣାଣି ଆରମ୍ଭ ପାଇଁ ଦିନ ଧାର୍ଯ୍ୟ ହୋଇଛି ।

pnb୨୦୧୮ ମସିହାରେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଥିଲା । ଗତ ମେ ମାସରୁ ନୀରବ ମୋଦୀଙ୍କୁ ୱ୍ଵାର୍ଡୱ୍ଵର୍ଥ ଜେଲରେ ରଖାଯାଇଛି। ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ କରି ଭାରତରୁ ଖସିଯାଇ ଲଣ୍ଡନରେ ନୀରବ ମୋଦୀ ଆତ୍ମଗୋପାନ କରିଥିଲେ। ଗିରଫ ପରେ ବାରଂବାର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଜାମିନ ନାମଂଜୁର ହୋଇଛି। ପ୍ରତ୍ୟର୍ପଣଲାଗି ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.