Below header

ତିହାର ଜେଲ୍‌ରେ ପହଞ୍ଚି ସାରିଛି ଜଲ୍ଲାଦ ପୱନ କୁମାର, ୪ ନିର୍ଭୟା ଦୋଷୀଙ୍କ ଓଜନ ଓ ଉଚ୍ଚତା ଅନୁଯାୟୀ ପ୍ରସ୍ତୁତ ହୋଇଛି ଡମି ଫାଶୀ

ନୂଆଦିଲ୍ଲୀ: ଆସନ୍ତାକାଲି ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତିହାର ଜେଲ୍‌ରେ ପହଞ୍ଚି ସାରିଛି ଜଲ୍ଲାଦ ପୱନ କୁମାର । ପୱନର ରହିବା ବ୍ୟବସ୍ଥା ତିହାର ଜେଲ୍ ମଧ୍ୟରେ କରାଯାଇଛି । ସେ ଫାଶୀ ଦଉଡି ସମେତ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବ । ତିହାର ଜେଲ୍‌ରେ ଆଜି ଫାଶୀ ଅଭ୍ୟାସ କରିବ ଘାତକ ପୱନ ଜଲ୍ଲାଦ । ଆଜି ୪ଟି ଡମି ଫାଶୀ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ସବୁ ଡମି ଫାଶୀ ୪ ନିର୍ଭୟା ଦୋଷୀଙ୍କ ଓଜନ ଓ ଉଚ୍ଚତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.