Below header

ପୂଜା କରିବାକୁ ମିଳିଲେନି ବ୍ରାହ୍ମଣ, ହଠାତ୍‌ ରାସ୍ତାରେ ପୂଜାରୀଙ୍କୁ ଦେଖି ଟାଣି ଟାଣି ନେଲେ ମହିଳା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜଣେ ପୂଜାରୀଙ୍କ ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିସାରିବା ପରେ ଆପଣ କହିବେ ‘ଧନ୍ୟରେ କି ଯୁଗ ହେଲା’। ଗତକାଲି ଥିଲା ସରସ୍ୱତୀ ପୂଜା। ଆଉ ପୂଜାରେ ତ ଆପଣ ଜାଣିଛନ୍ତି ବ୍ରାହ୍ମଣ ମିଳିବା କଷ୍ଟ। ପୂଜା ପାର୍ବଣରେ ପୂଜାରୀଙ୍କ ଭାଉରେ ହାତ ମାରିହେବନି। ଆଉ ସେଦିନ ତ ସେ ଜମା ଧରା ଛୁଆଁ ଦିଅନ୍ତିନାହିଁ। କିନ୍ତୁ ପଶ୍ଚିମବଙ୍ଗର ଏକ ଘଟଣା ଏବେ ପୂରା ସୋସିଆଲ ମିଡିଆରେ ଛାଇ ଯାଇଛି।

panditଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବେ ଯେ ଜଣେ ପରିବାର ପୂଜାରୀଙ୍କୁ ଜୋର ଜବରଦସ୍ତି ପୂଜା କରିବାକୁ ନିଜ ଘରକୁ ନେଇଯାଉଛନ୍ତି। କିନ୍ତୁ ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପୂଜାରୀ ଜଣଙ୍କ ତାଙ୍କ ଘରକୁ ଯିବାକୁ ଚାହୁଁ ନାହାଁନ୍ତି କିନ୍ତୁ ପରିବାର ଲୋକେ ତାଙ୍କ କଥା ଟିକେ ବି ଶୁଣୁନାହାନ୍ତି ଏବଂ ତାଙ୍କୁ ଜୋର ଜବରଦସ୍ତି ଟାଣିଟାଣି ନିଜ ଘରକୁ ନେଇଗଲେ।

ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରାଯାଇଛି। ଫେସବୁକରେ ତରୁଣ ଦାସ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି। ଏହାକୁ ସେୟାର କରିବା ମାତ୍ରକେ ହିଁ ୧୨ ହଜାର ଲାଇକ ଏବଂ ୪୬ ହଜାର ସେୟାର ହୋଇଗଲା। ଏହାସହିତ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇସାରଲାଣି।

video courtesy : tarun das


ଭିଡିଓଟି ପ୍ରାୟ ୧ ମିନିଟ ୫ ସେକେଣ୍ଡର ଅଟେ। ଏଥିରେ ଆପଣ ଦେଖିପାରୁଥିବେ ଜଣେ ମହିଳା ପୂଜାରୀଙ୍କ ହାତ ଧରି ଟାଣି ଟାଣି ନେଇ ଯାଉଛନ୍ତି। ପୂଜାରୀ ଜଣଙ୍କ ହାତ ଯୋଡି ଅନୁରୋଧ କରୁଛନ୍ତି ଏବଂ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମହିଳା ଜଣଙ୍କ ନ ଶୁଣିଲେ ଗଲା। ଶେଷରେ ଲୋକଙ୍କ ଜିଦ୍‌ ଆଗରେ ହାର ମାନିଲେ ପୂଜାରୀ ଏବଂ ଘର ଭିତରକୁ ଯାଇ ପୂଜା କଲେ।

panditଏହି ଭିଡିଓକୁ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଯାଇଛି। ଅନେକ ଲୋକ ପୂଜାରୀଙ୍କ ଅବସ୍ଥା ଦେଖି ମକାକ କରୁଥିବାବେଳେ ଆଉ କେତେ ଜଣ ପୂଜାରୀଙ୍କ ଡିମାଣ୍ଡରେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ସେହିପରି ଆଉ କିଛି ଲୋକ ନିଜ ବ୍ରାହ୍ମଣ ସାଙ୍ଗକୁ ଏହି ଭିଡିଓ ସେୟାର କରି ଟ୍ୟାଗ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.