Below header

ଗଞ୍ଜାମ: ତାରାତାରିଣୀ ମନ୍ଦିରରେ 5T ସଚିବ, ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଗଞ୍ଜାମ : ତାରାତାରିଣୀ ମନ୍ଦିରରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଜି ଭୋରରୁ ଅଚାନକ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ। ପ୍ରଥମେ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ଦିରର ବିଭିନ୍ନ ଉନ୍ନୟନ ସଂପର୍କରେ ପୂଜକଙ୍କ ସହ ଆଲୋଚନା କରିଛନ୍ତି।

5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଏହାସହ ସେଠାରେ ଲୋକଙ୍କୁ ମିଳୁଥିବା ସମସ୍ତ ସୁବିଧା ନେଇ ମଧ୍ୟ ଆଲୋଚନା କରିଥିଲେ। ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର ମଧ୍ୟ ବିକାଶ ନେଇ କୌଣସି ସହାୟତା ମିଳିପାରେ ବେଲେ ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.