ଦେଶ ବିଦେଶ

କେଜରିଓ୍ଵାଲଙ୍କ ପରେ ଏବେ ରାମଦେବ ବି କହିଲେ- ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଦେବା ଉଚିତ୍‌

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପରେ ଏବେ ଯୋଗଗୁରୁ ବାବା ରାମଦେବ ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ରାମଦେବ କହିଛନ୍ତି, ଏହି ଫିଲ୍ମ ଇତି ମଧ୍ୟରେ ଭଲ ରୋଜଗାର କରିସାରିଲାଣି। ଏଣୁ ଏବେ ଏହାକୁ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରି ଦିଅନ୍ତୁ।

ଏକ ଇଣ୍ଟଭ୍ୟୁରେ ବାବା ରାମଦେବଙ୍କୁ ପଚରା ଯାଇଥିଲା ଯେ ସେ ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିଛନ୍ତି କି? ଏହାର ଜବାବରେ ରାମଦେବ କହିଥିଲେ- ସମୟ ଅଭାବରୁ ସେ ଫିଲ୍ମ ଦେଖିପାରିନାହାନ୍ତି। କିନ୍ତୁ ଶୁଣିଛନ୍ତି ଯେ ଫିଲ୍ମରେ କଶ୍ମୀର ପଣ୍ଡିତଙ୍କ କଷ୍ଟ ଦର୍ଶାଯାଇଛି। ଏଥିସହ ସେ ଫିଲ୍ମର ନିର୍ମାତାଙ୍କୁ ବି ଅନୁରୋଧ କରିଛନ୍ତି ଯେ ଏହାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରନ୍ତୁ।

ରାମଦେବ କହିଛନ୍ତି- ଫିଲ୍ମ ନିର୍ମାତା ଏବେ ଉଭୟେ ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ଏହାକୁ ଅପ୍‌ଲୋଡ୍‌ କରିନେବା ଉଚିତ୍‌। ଫଳରେ ସବୁ ସାଧାରଣ ଲୋକ ଜାଣିପାରିବେ ଯେ ୧୯୯୦ରେ କଶ୍ମୀର ପଣ୍ଡିତଙ୍କ ସହ କ’ଣ ହୋଇଥିଲା। ଫିଲ୍ମ ଇତି ମଧ୍ୟରେ ଭଲ ରୋଜଗାର କରିସାରିଲାଣି। ଏଣୁ ଏବେ ଏହାକୁ ଜନସାଧାରଣଙ୍କ ପାଇଁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବାବା ରାମଦେବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିଜେପି ନେତାଙ୍କ ଫିଲ୍ମୁକୁ ଟ୍ୟାକ୍ସ ଫ୍ରି କରିବା ଦାବିର ଜବାବ ଦେଇ ବିବେକ ଅଗ୍ନିହୋତ୍ରୀଙ୍କୁ କହିଥିଲେ ଯେ ଏହାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରି ଦିଅନ୍ତୁ। ସମସ୍ତଙ୍କୁ ମାଗଣାରେ ମିଳିଯିବ। ଟ୍ୟାକ୍ସ ଫ୍ରି କରିବା କ’ଣ ଦରକାର। କେଜରିଓ୍ଵାଲଙ୍କ ଏହି ବୟାନ ଯୋଗୁ ଅନେକ ଲୋକ ତାଙ୍କୁ ବିରୋଧ ମଧ୍ୟ କରିଥିବା ଦେଖାଯାଇଛି। ଏହା ପରେ କେଜରିଓ୍ଵାଲ ସଫେଇ ଦେଇଥିଲେ।

Also Read: ବାସ୍ତୁ ଟିପ୍ସ: ପାଣିରେ ଲୁଣ ଗୋଳାଇ ଏହି କୋଣରେ ରଖିଦିଅନ୍ତୁ, ଘରେ କେବେ ବି ଦେଖାଯିବନି ଆର୍ଥିକ ସମସ୍ୟ

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

13 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago