ଆମେରିକାରେ ଶିଖ୍ ଧର୍ମଗୁରୁଙ୍କୁ ମୁସଲମାନ ଭାବି ଏପରି ଆକ୍ରମଣ କଲା ଦୁର୍ବୃତ୍ତ

ଆମେରିକା : ଆମେରିକାର କାଲିଫର୍ଣ୍ଣିଆରେ ଏକ ଶିଖ୍ ଧର୍ମଗୁରୁଙ୍କୁ ମୁସଲମାନ ଭାବି ତାଙ୍କ ଉପରେ ଗରମ କଫି ଫୋପାଡିବା ସହିତ ତାଙ୍କୁ ମୁଥ ମାରିବା ଆରୋପରେ ଜଣେ ବ୍ୟଙ୍କିଙ୍କ ଖିଲାପ ରେ ଘ୍ରୁଣା ଅପରାଧ ର ମାମଲା ରୁଜୁ କରାଯାଇଛି । ଏକ ଖବର ମୁତାବକ ଆରୋପି ଜଣଙ୍କ ନାଁ ଜନ୍ କ୍ରେନ୍ ବୋଲି ଜଣାପଡିଛି। ବୁଧବାର ପାଖାପାଖି ଅପରାହ୍ନ ୨ଟା ବେଳେ ମାରିସ୍ ଭିଲା ଠାରେ ଆରୋପି ଜଣଙ୍କ ଧର୍ମଗୁରୁଙ୍କ ଉପରେ ପ୍ରଥମେ ଗରମ କଫି ଫୋପାଡିଥିଲା ଏବଂ ଏହାପରେ ତାଙ୍କୁ ମୁଥ ମାରିଥିଲା । ଏନେଇ ସ୍ଥାନୀୟ ପୋଲିସ୍ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି । ପୋଲିସ୍ ମୁତାବକ କ୍ରେନ୍ ଶିଖ୍ ଧର୍ମଗୁରୁଙ୍କ ଉପରେ ଆକ୍ରମଣ କରିଥିବା ସ୍ବୀକାର କରିଛି । ଏବଂ କହିଛି କି ସେ ମୁସଲମାନଙ୍କୁ ଭଲପାଆନ୍ତି ନାହିଁ । ସେ ଶିଖ୍ ଧର୍ମଗୁରୁଙ୍କ ଉପରେ ଏଇଥିପାଇଁ ଆକ୍ରମଣ କଲେ କାରଣ ସେ ଭାବିଥିଲେ ଧର୍ମଗୁରୁ ଜଣଙ୍କ ମୁସଲମାନ ବୋଲି ।

ତେବେ ଏହା ପୂର୍ବରୁ ମଧ୍ୟ ଆମେରିକାର ଶିଖ୍ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଗତ ବର୍ଷ ମଧ୍ୟ ଶିଖ୍ ମାନଙ୍କ ସହିତ ଏମିତି କିଛି ଘଟଣା ହୋଇଥିବା ଶୁଣିବାକୁ ମିଳିଥିଲା । ଆମେରିକାର କାଲିଫର୍ଣ୍ଣିଆରେ ଦୁଇ ଜଣ ବ୍ୟକ୍ତି ୭୧ ବର୍ଷିୟ ଏକ ଶିଖଙ୍କ ଉପରେ ହମଲା କରିଥିଲେ । ତେବେ ଏପରି ଶିଖ୍ ମାନଙ୍କ ଉପରେ ଆମେରିକାରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

Sonalisa

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

9 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

12 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

19 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

22 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

57 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago