ଆମେରିକାରେ ଶିଖ୍ ଧର୍ମଗୁରୁଙ୍କୁ ମୁସଲମାନ ଭାବି ଏପରି ଆକ୍ରମଣ କଲା ଦୁର୍ବୃତ୍ତ

ଆମେରିକା : ଆମେରିକାର କାଲିଫର୍ଣ୍ଣିଆରେ ଏକ ଶିଖ୍ ଧର୍ମଗୁରୁଙ୍କୁ ମୁସଲମାନ ଭାବି ତାଙ୍କ ଉପରେ ଗରମ କଫି ଫୋପାଡିବା ସହିତ ତାଙ୍କୁ ମୁଥ ମାରିବା ଆରୋପରେ ଜଣେ ବ୍ୟଙ୍କିଙ୍କ ଖିଲାପ ରେ ଘ୍ରୁଣା ଅପରାଧ ର ମାମଲା ରୁଜୁ କରାଯାଇଛି । ଏକ ଖବର ମୁତାବକ ଆରୋପି ଜଣଙ୍କ ନାଁ ଜନ୍ କ୍ରେନ୍ ବୋଲି ଜଣାପଡିଛି। ବୁଧବାର ପାଖାପାଖି ଅପରାହ୍ନ ୨ଟା ବେଳେ ମାରିସ୍ ଭିଲା ଠାରେ ଆରୋପି ଜଣଙ୍କ ଧର୍ମଗୁରୁଙ୍କ ଉପରେ ପ୍ରଥମେ ଗରମ କଫି ଫୋପାଡିଥିଲା ଏବଂ ଏହାପରେ ତାଙ୍କୁ ମୁଥ ମାରିଥିଲା । ଏନେଇ ସ୍ଥାନୀୟ ପୋଲିସ୍ ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି । ପୋଲିସ୍ ମୁତାବକ କ୍ରେନ୍ ଶିଖ୍ ଧର୍ମଗୁରୁଙ୍କ ଉପରେ ଆକ୍ରମଣ କରିଥିବା ସ୍ବୀକାର କରିଛି । ଏବଂ କହିଛି କି ସେ ମୁସଲମାନଙ୍କୁ ଭଲପାଆନ୍ତି ନାହିଁ । ସେ ଶିଖ୍ ଧର୍ମଗୁରୁଙ୍କ ଉପରେ ଏଇଥିପାଇଁ ଆକ୍ରମଣ କଲେ କାରଣ ସେ ଭାବିଥିଲେ ଧର୍ମଗୁରୁ ଜଣଙ୍କ ମୁସଲମାନ ବୋଲି ।

sikhତେବେ ଏହା ପୂର୍ବରୁ ମଧ୍ୟ ଆମେରିକାର ଶିଖ୍ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଗତ ବର୍ଷ ମଧ୍ୟ ଶିଖ୍ ମାନଙ୍କ ସହିତ ଏମିତି କିଛି ଘଟଣା ହୋଇଥିବା ଶୁଣିବାକୁ ମିଳିଥିଲା । ଆମେରିକାର କାଲିଫର୍ଣ୍ଣିଆରେ ଦୁଇ ଜଣ ବ୍ୟକ୍ତି ୭୧ ବର୍ଷିୟ ଏକ ଶିଖଙ୍କ ଉପରେ ହମଲା କରିଥିଲେ । ତେବେ ଏପରି ଶିଖ୍ ମାନଙ୍କ ଉପରେ ଆମେରିକାରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

Leave A Reply

Your email address will not be published.