SUPER DANCER 3 : ଭୟରେ ନିଜ ସିଟରୁ ତଳେ ପଡିଗଲେ ଶିଳ୍ପା, ଆଉ ତାପରେ. . .

ସୁପର ଡ୍ୟାନ୍ସର ଚ୍ୟାପ୍ଟର ୩ ରେ ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶନ କରୁଛନ୍ତି। ପ୍ରତିଯୋଗୀମାନେ ନିଜର ଡ୍ୟାନ୍ସିଂ ଟ୍ୟାଲେଣ୍ଟରେ ସବୁ ସପ୍ତାହରେ ମନୋରଞ୍ଜନର ତଡକା ଦେଉଛନ୍ତି। ଏହି ଶୋ’ରେ ଶିଳ୍ପା ସେଟ୍ଟୀ, କୋରିଓଗ୍ରାଫର ଗୀତା କପୁର ଏବଂ ଅନୁରାଗ ବସୁ ଜଜ୍ ଭାବରେ ନଜର ଆସୁଛନ୍ତି। ଏହି ଶୋ’ରେ ଲାଟେଷ୍ଟ ଏପିସୋଡରେ ଏମିତି କିଛି ହେଲା ଯେ ଶିଳ୍ପା ସେଟ୍ଟୀ ନିଜର ସ୍ଥାନରୁ ଗଳିପଡିଲେ। ଏହି କଥାରେ ରାଗିଯାଇ ଶିଳ୍ପା ଗାଳି ମଧ୍ୟ ଦେଲେ। ଶିଳ୍ପାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

shilpa-3ରବିବାର ଏହି ଶୋ’ରେ ହରର ସ୍ପେଶାଲ ଏପିସୋଡ୍ ପ୍ରସାରିତ କରାଯାଇଥିଲା। ହରର୍ ଏପିସୋଡ୍ ଥିବା କାରଣରୁ ଶୋ’ର ମାହୋଲ ପୂରା ଭୟଙ୍କର ହୋଇଯାଇଥିଲା। ଡ୍ୟାନ୍ସକୁ ଦେଖି ଶିଳ୍ପା ସେଟ୍ଟୀ ବହୁତ ଉତ୍ସାହିତ ହୋଇଯାଇଥିବା ନଜର ଆସିଥିଲେ। ଏହି ସମୟରେ ଶିଳ୍ପା ସେଟ୍ଟୀ ପ୍ରତିଯୋଗୀଙ୍କୁ ପ୍ରଶଂସା କରି କହିବା ସମୟରେ ଗୀତା କପୁର ଏହି ସମୟରେ କିଛି ମଜାକ୍ କରିବାକୁ ଯାଇ ଜଣେ ପ୍ରତିଯୋଗୀକୁ ଇସାରା କରି କହିଲେ।

shilpa_shettyଏହାପରେ ସେହି ପ୍ରତିଯୋଗୀ ଜଣଙ୍କ ପଛଆଡୁ ଆସି ଶିଳ୍ପାଙ୍କୁ ଡରାଇଥିଲେ। ଠିକ ଏହି ସମୟରେ ନିଜର ବାଲାନ୍ସ ହରାଇ ଶିଳ୍ପା ନିଜ ସ୍ଥାନରୁ ପଡି ଯାଇଥିଲେ। ଶିଳ୍ପା ତଳେ ପଡିଗଲା ପରେ ସେଠାକାର ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା। ଅବଶ୍ୟ ଶିଳ୍ପା ସେଟ୍ଟୀ ହସିଦେଲା ପରେ ସମସ୍ତେ ରିଲାକ୍ସ ଅନୁଭବ କଲେ। ଶିଳ୍ପା ରାଗି ଯାଇ କହିଲେ ଯେ ‘‘କମିନେ କୁତ୍ତେ, କିତନେ ଗିରି ହୁଏ ଲୋକ ହୋ ଆପ୍ ଲୋଗ୍ ? ଏହାପରେ ଶିଳ୍ପା ସେଟ୍ଟୀଙ୍କୂ ଗୀତା କପୁର ଆଲିଙ୍ଗନ କରାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।