ଦେଶ ବିଦେଶ

ଗୋମୂତ୍ର କିଣିବେ ଛତିଶଗଡ଼ ସରକାର, ଲିଟର ପିଛା ୪ ଟଙ୍କା ଧାର୍ଯ୍ୟ; କେବେଠୁ ଆରମ୍ଭ ହେବ ପ୍ରକ୍ରିୟା ଜାଣନ୍ତୁ

ଛତିଶଗଡ଼ର ଭୂପେଶ ବଘେଲ ସରକାର ଗୋବର ପରେ ଏବେ ଗୋମୂତ୍ର କିଣିବାକୁ ଯାଉଛି। ଗୋମୂତ୍ର କିଣିବାର ପ୍ରକ୍ରିୟା ୨୮ ଜୁଲାଇ ହରେଲି ଉତ୍ସବରୁ ଆରମ୍ଭ ହେବ। ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ୨ ସ୍ୱାବଲମ୍ବୀ ଗୋଶାଳାରେ ସରକାର ଗୋମୂତ୍ର କିଣିବେ। ରାଜ୍ୟ କୃଷି ବିକାଶ ଓ କୃଷକ କଲ୍ୟାଣ ଏବଂ ଜୈବ ପ୍ରଦ୍ଦ୍ୟୋଗିକୀ ବିଭାଗ ଦ୍ୱାରା ଗୋମୂତ୍ର କିଣିବାର ନ୍ୟୂନତମ ରାଶି ୪ ଟଙ୍କା ପ୍ରତି ଲିଟର ଧାର୍ଯ୍ୟ କରାଯାଇଛି।

ଗୋଶାଳା ପ୍ରବନ୍ଧ ସମିତି ଗୋପାଳକମାନଙ୍କଠାରୁ ଗୋମୂତ୍ରର କ୍ରୟ ମୂଲ୍ୟ ସ୍ଥାନୀୟ ଦର ଆଧାରରେ ଧାର୍ଯ୍ୟ କରି ପାରିବେ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୋମୂତ୍ରରୁ ଜୀବାମୃତ ଏବଂ କୀଟ ନିୟନ୍ତ୍ରଣ ଉତ୍ପାଦ ପ୍ରସ୍ତୁତ କରିବେ। ମନୋନୀତ ଗୋଷ୍ଠୀଙ୍କୁ ପଶୁ ଚିକିତ୍ସା ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ତାଲିମ ପ୍ରଦାନ କରାଯିବ।

photo: tribune india

ତେବେ ଏ ନେଇ ଗୋଧନ ନ୍ୟାୟ ମିଶନର ପ୍ରବନ୍ଧ ନିର୍ଦ୍ଦେଶକ ଡା. ଅୟାଜ ତମ୍ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ଗୋଶାଳାରେ ଗୋମୂତ୍ର କିଣିବା ପାଇଁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମନୋନୀତ ଗୋଶାଳା ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏବଂ ତାହାକୁ ଇ-ମେଲ୍‌ ଆଇଡି dirvet.cg@gmail.comରେ ଉପଲବ୍ଧ କରାଇବାକୁ ତମ୍ବୋଲି କହିଛନ୍ତି।

କହି ରଖୁଛୁ, ୨ ବର୍ଷ ପୂର୍ବେ ୨୦ ଜୁଲାଇରେ ରାଜ୍ୟରେ ଗୋଧନ ନ୍ୟାୟ ଯୋଜନା ଅଧୀନରେ ଗୋଶାଳାଗୁଡ଼ିକରେ ୨ ଟଙ୍କା ପ୍ରତି କିଲୋ ଦରରେ ଗୋବର କିଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ହରେଲି ପର୍ବ ଦିନଠୁ ଆରମ୍ଭ କରାଯାଇଥିଲା।

Roshni

Recent Posts

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

9 mins ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

22 mins ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

32 mins ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

51 mins ago

ସମୟ ସିନା ବଦଳିଛି ହେଲେ ସେମିତି ଅବିଚଳିତ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ…

1 hour ago

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

2 hours ago