ଦେଶ ବିଦେଶ

କରୋନାକୁ ନେଇ ପୁଣି ଥରେ ବଢ଼ିଲା ଭୟ, ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା: ପ୍ରଧାନମନ୍ତ୍ରୀ

ଦେଶରେ କୋଭିଡ ମାମଲା ପୁଣି ଥରେ ବଢିବାରେ ଲାଗିଛି । ଚୀନ୍ ସହିତ ଭାରତରେ ମଧ୍ୟ ପୁଣି କାୟା ମେଲାଉଛି କରୋନା। କରୋନା ଭାଇରସ୍ BF.7 ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ। ଚୀନ୍ରୁ ନେଇ ଜାପାନ, ଆମେରିକା କେସ୍ ଭୟଙ୍କର ଭାବରେ ମାଡୁଛି । ପୁଣି ଥରେ ଉପରମୁହାଁ ହୋଇଛି ସଂକ୍ରମଣ । ଭାରତରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଆଲର୍ଟ କରାଇଛନ୍ତି କେନ୍ଦ୍ର ସରକାର । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲା ​​ଯେଉଁଥିରେ କୋଭିଡ ଗାଇଡଲାଇନର ସମୀକ୍ଷା କରାଯାଇଥିଲା। ଏଭଳି ପରିସ୍ଥିତିରେ କୋଭିଡ ଟୀକାକରଣ ଏବଂ ସତର୍କତା ମାତ୍ରା ବିଷୟରେ ପରାମର୍ଶ ଦିଆଯାଉଛି।

ସେହିପରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରାୟ ଦୁଇଘଣ୍ଟା ଧରି ବୈଠକ ଚାଲିଥିଲା ଓ ଏଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ସ୍ୱାସ୍ଥ୍ୟସଚିବ ବି ଉପସ୍ଥିତ ଥିଲେ । ବୈଠକରେ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ପାଳନ କରିବାକୁ ସେ କହିଛନ୍ତି । ଜିନୋମ ସ୍ୱିକେନ୍ସ ଓ ଟେଷ୍ଟିଂ ବଢାଇବା ସହ ବିମାନବନ୍ଦରରେ ସର୍ଭେଲାନ୍ସ ବଢାଇବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣୀରେ କୋଭିଡ ନିୟମ ପାଳନ କରାଯାଉ । ତେଣୁ ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି ।

ବୁଧବାର ଏନଆଇଟି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପାଲ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଛନ୍ତି ଏବଂ ଟୀକାକରଣ ସହିତ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କୋଭିଡ ଟିକା ର ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ନିୟମିତଭାବେ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଭ୍ରମଣର ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପାଲ୍ କହିଛନ୍ତି, “ଲୋକମାନେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବା ଉଚିତ୍। ଯେଉଁମାନଙ୍କର ପୂର୍ବରୁ କୋମର୍ବିଡିଟିସ୍ ଅଛି କିମ୍ବା ବୃଦ୍ଧ ଅଛନ୍ତି ସେମାନେ ଏହାକୁ ଅନୁସରଣ କରିବା ଉଚିତ୍।” ସେମାନେ ଘରେ ମାସ୍କ ପିନ୍ଧିବା ପାଇଁ ମଧ୍ୟ ସତର୍କତା ରହିବା ପାଇଁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ରୋଗରେ ପୀଡିତ ତେବେ ଯଥାଶୀଘ୍ର ବୁଷ୍ଟର ଡୋଜ ପାଇବା ଅତ୍ୟନ୍ତ ଜରୁରୀ ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଭିତରେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ବ୍ରାଜିଲରେ ମୋଟ ୫.୩୭ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାରତରେ ୧୪୫ଟି ନୂଆ ମାମଲା ଦୃଷ୍ଟିଗୋଚର ହୋଇଛି। ଚୀନ୍‌ରେ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟର ୪ଟି ମାମଲା ଭାରତରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆଜି ପାର୍ଲାମେଣ୍ଟରେ ସମସ୍ତଙ୍କୁ କୋଭିଡ୍ ନିୟମାବଳି ପାଳନ କରିବାକୁ ଅନୁରୋଧ କରିଥିଲେ।

Barsha

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

6 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

21 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

57 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

58 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago