ଭୁବନେଶ୍ବର : ଗତକାଲି ଥିଲା ଡିସେମ୍ବର ୨୨। ଯାହା ଥିଲା ଚଳିତ ବର୍ଷର ସବୁଠାରୁ ଛୋଟ ଦିନ। ସକାଳ ପ୍ରାୟ ୬ଟା ୧୭ରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସଂଧ୍ୟା ୫ଟା ୧୨ରେ ସୂର୍ଯ୍ୟାସ୍ତ ହୋଇଯାଇଥିଲା।
ଯାହାଫଳରେ କୁହାଯାଉଛି କି, ଆଜିଠାରୁ ଦିନ ବଢ଼ିବ ଓ ରାତି ଛୋଟ ହୋଇଯିବ। ବର୍ଷକୁ ଗୋଟେ ଦିନ ବଡ଼ ଓ ଗୋଟେ ଦିନ ଛୋଟ ହୁଏ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହୋଇଥାଏ। ଯେମିତି ଡିସେମ୍ବର ୨୨ତାରିଖ ଏ ବର୍ଷର ସବୁଠାରୁ ଛୋଟ ଦିନ ହେଲା, ଏହାର ପୂର୍ବ ରାତି ଅର୍ଥାତ ଗତ ୨୧ ତାରିଖ ରାତି ସବୁଠାରୁ ବଡ଼ ରାତି ହୋଇଥିଲା। ଏହାକୁ ‘ୱିଣ୍ଟର ସୋଲ୍ଷ୍ଟାଇସ୍’ ବୋଲି କୁହାଯାଏ। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।
ଏହାସହ ସେ କହିଛନ୍ତି କି, ଏମିତି ହେବା ପଛର କାରଣ ହେଲା, ଆମେ ସମସ୍ତେ ଜାଣନ୍ତି ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି। ଯେତେବେଳେ ସୂର୍ଯ୍ୟଙ୍କଠାରୁ ସବୁଠାରୁ ଅଧିକ ଦୂରତାରେ ପୃଥିବୀ ରୁହେ, ସେ ସମୟରେ ସୂର୍ଯ୍ୟକିରଣ ତୀର୍ଯକ ଭାବେ ପୃଥିବୀରେ ପଡ଼ିଥାଏ।
ପୃଥିବୀ ଉପରେ କମ୍ ସମୟ ସୂର୍ଯ୍ୟକିରଣ ପଡ଼ିବା ଯୋଗୁଁ ଦିନ ଛୋଟ ହୋଇଥାଏ ଓ ରାତି ବଡ଼ ହୋଇଥାଏ। ପୃଥିବୀ ଯେତେଯେତେ ସୂର୍ଯ୍ୟଙ୍କ ନିକଟତର ହେବ, ଦିନର ଅବଧି ବଢ଼ିବ ଓ ରାତିର ଅବଧି କମି କମି ଯିବ। ଆଜିଠାରୁ ପ୍ରାୟ ଛଅ ମାସ ପରେ ସୂର୍ଯ୍ୟଙ୍କ ଅତି ନିକଟତର ହେବ ପୃଥିବୀ। ଯାହାଦ୍ବାରା ଆସନ୍ତା ଜୁନ୍ ୨୧ କିମ୍ବା ୨୨ ତାରିଖ ବର୍ଷର ସବୁଠାରୁ ବଡ଼ ଦିନ ହେବ।
ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…
ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…
ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…
ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…
ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…
ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…