Below header

ଆଜିଠାରୁ ଦିନ ବଢ଼ିବ ଓ ଛୋଟ ହୋଇଯିବ ରାତି

ଭୁବନେଶ୍ବର : ଗତକାଲି ଥିଲା ଡିସେମ୍ବର ୨୨। ଯାହା ଥିଲା ଚଳିତ ବର୍ଷର ସବୁଠାରୁ ଛୋଟ ଦିନ। ସକାଳ ପ୍ରାୟ ୬ଟା ୧୭ରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସଂଧ୍ୟା ୫ଟା ୧୨ରେ ସୂର୍ଯ୍ୟାସ୍ତ ହୋଇଯାଇଥିଲା।

ଯାହାଫଳରେ କୁହାଯାଉଛି କି, ଆଜିଠାରୁ ଦିନ ବଢ଼ିବ ଓ ରାତି ଛୋଟ ହୋଇଯିବ। ବର୍ଷକୁ ଗୋଟେ ଦିନ ବଡ଼ ଓ ଗୋଟେ ଦିନ ଛୋଟ ହୁଏ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହୋଇଥାଏ। ଯେମିତି ଡିସେମ୍ବର ୨୨ତାରିଖ ଏ ବର୍ଷର ସବୁଠାରୁ ‌ଛୋଟ ଦିନ ହେଲା, ଏହାର ପୂର୍ବ ରାତି ଅର୍ଥାତ ଗତ ୨୧ ତାରିଖ ରାତି ସବୁଠାରୁ ବଡ଼ ରାତି ହୋଇଥିଲା। ଏହାକୁ ‘ୱିଣ୍ଟର ସୋଲ୍‌ଷ୍ଟାଇସ୍‌’ ବୋଲି କୁହାଯାଏ। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।

ଏହାସହ ସେ କହିଛନ୍ତି କି, ଏମିତି ହେବା ପଛର କାରଣ ହେଲା, ଆମେ ସମସ୍ତେ ଜାଣନ୍ତି ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି। ଯେତେବେଳେ ସୂର୍ଯ୍ୟଙ୍କଠାରୁ ସବୁଠାରୁ ଅଧିକ ଦୂରତାରେ ପୃଥିବୀ ରୁହେ, ସେ ସମୟରେ ସୂର୍ଯ୍ୟକିରଣ ତୀର୍ଯକ ଭାବେ ପୃଥିବୀରେ ପଡ଼ିଥାଏ।

ପୃଥିବୀ ଉପରେ କମ୍‌ ସମୟ ସୂର୍ଯ୍ୟକିରଣ ପଡ଼ିବା ଯୋଗୁଁ ଦିନ ଛୋଟ ହୋଇଥାଏ ଓ ରାତି ବଡ଼ ହୋଇଥାଏ। ପୃଥିବୀ ଯେତେଯେତେ ସୂର୍ଯ୍ୟଙ୍କ ନିକଟତର ହେବ, ଦିନର ଅବଧି ବଢ଼ିବ ଓ ରାତିର ଅବଧି କମି କମି ଯିବ। ଆଜିଠାରୁ ପ୍ରାୟ ଛଅ ମାସ ପରେ ସୂର୍ଯ୍ୟଙ୍କ ଅତି ନିକଟତର ହେବ ପୃଥିବୀ। ଯାହାଦ୍ବାରା ଆସନ୍ତା ଜୁନ୍ ୨୧ କିମ୍ବା ୨୨ ତାରିଖ ବର୍ଷର ସବୁଠାରୁ ବଡ଼ ଦିନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.