କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ପରେ ଜୋସରେ ବିରୋଧୀ , ମୋଦୀ ବିରୋଧୀ ମହାମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଉଦ୍ୟମ ଜାରି

କର୍ଣ୍ଣାଟକ : ଉପନିର୍ବାଚନରେ ବିଜେପିର ବିପର୍ଯ୍ୟୟ ବିରୋଧୀଙ୍କୁ କରିଛି ଅଧିକ ଉତ୍ସାହିତ । ଉପନିର୍ବାଚନ ଫଳାଫଳ ଏନ୍‌ଡିଏ ବିରୋଧରେ ଲୋକଙ୍କ ମୁଡ୍‌ କଥା କହୁଥିବା ବିରୋଧୀ କହିଲେଣି । ଏପରିସ୍ଥିତିରେ ମୋଦୀ ସରକାର ବିରୋଧରେ ମହାମେଣ୍ଟ ଗଠନ ପାଇଁ ଉଦ୍ୟମକୁ ଜୋର କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆଜି ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡାଙ୍କୁ ଭେଟିଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏ ବିରୋଧରେ ହାମେଣ୍ଟ ଗଠନ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛିି।

ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଚଳାଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ମହାମେଣ୍ଟ ନେଇ ସେ ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ଏହାପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ଭେଟିବେ ବୋଲି ଜଣାପଡିଛି। ଦେଶରେ ଯେତେବେଳେ ଏନଡିଏ ଶାସନର ପତନ ଘଟିବ ସେତେବେଳେ ପ୍ରକୃତ ଦୀପାବଳି ପାଳନ ହେବ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।

ପୂର୍ବରୁ ୨ ସପ୍ତାହ ତଳେ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲା, ସମାଜବାଦୀ ପାର୍ଟି ନେତା ମୁଲାାମ ସିଂହଯାଦବ, ଆପ୍‌ ନେତା ଅରବିନ୍ଦ କେଜିରୱାଲ, ଲୋକ ତାନ୍ତ୍ରିକ ଜନତାଦଲ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଭେଟି ୨୦୧୯ରେ ମହାମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ ।

KNews Bureau

Recent Posts

ମୋଦି ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଆଜି ରାଷ୍ଟ୍ରପତି ଭବନରେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମଲ୍ଲିକାର୍ଜୁନ ଖଡ଼ଗେ ।…

15 mins ago

ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କଲେ ଯୁବକ, ପୋଲିସ୍‌ ଗ୍ରହଣ କଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆର କ୍ରେଜ୍‌ ଆଜିର ଯୁବପିଢ଼ିଙ୍କୁ ପାଗଳ କରିଛି । ରିଲ୍ସ କରି କେମିତି ଲାଇକ୍‌ ଓ ସବସ୍କ୍ରାଇବର୍ସ ବଢ଼ାଇବେ…

23 mins ago

ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର…

41 mins ago

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା

ଭୁବନେଶ୍ବର: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ…

44 mins ago

ଦୁଇ ବର୍ଷରୁ କମ୍ ପିଲାଙ୍କୁ ଲେମ୍ବୁ ପାଣି ଦେବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଗ୍ରୀଷ୍ମ ସମୟରେ ସବୁ ଲୋକ ଲେମ୍ବୁ ପାଣି ପିଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା କେବଳ ଶୋଷ…

55 mins ago

ଭୂତଳ ଜଳକୁ ପ୍ରଦୂଷିତ କରୁଛି ଡମ୍ପିଂ ୟାର୍ଡ଼, ଅସ୍ୱାସ୍ଥ୍ୟକର ପରିବେଶରେ ନିଶ୍ୱାସ ନେଇ ପାରୁନାହାଁନ୍ତି ଲୋକେ

ପୁରୀ: କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଗୁଁ ଭୂତଳ ଜଳ ପ୍ରଦୂଷିତ ହୋଇଛି । ପୁରୀ ବଳିଆପଣ୍ଡାଠାରେ ଏକ ବିଶାଳ…

58 mins ago