ଦେଶ ବିଦେଶ

‘ପୁଷ୍ପା’ ଫିଲ୍ମ ଭଳି ରକ୍ତ ଚନ୍ଦନ ତସ୍କରୀ କରୁଥିବା ବେଳେ ମାଡ଼ି ବସିଲା ପୋଲିସ, ୫୫ କାଠୁରିଆଙ୍କ ସହ ୩ ତସ୍କର ଗିରଫ

ଅଲ୍‌ଲୁ ଅର୍ଜୁନଙ୍କ ହିଟ୍‌ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସ୍‌ରେ ମୋଟା ଅଙ୍କର ରୋଜଗାର କରିଛି। ଏହି ଫିଲ୍ମରୁ ଲୋକମାନେ ଆଉ କିଛି ଶିଖନ୍ତୁ କି ନ ଶିଖନ୍ତୁ, ଚୋରି କିନ୍ତୁ ଶିଖି ଯାଇଛନ୍ତି। ଆଉ ମନେ ମନେ ନିଜକୁ ଭାବି ନେଇଛନ୍ତି ପୁଷ୍ପରାଜ୍‌। ତେବେ ମନେ ମନେ ନିଜକୁ ହିରୋ ଭାବି ରକ୍ତ ଚନ୍ଦନ ଚୋରାଉଥିବା ଏକ ଗ୍ୟାଙ୍ଗ୍‌କୁ ମାଡ଼ି ବସିଛି ପୋଲିସ। ଚନ୍ଦନ କାଠ ଚୋରାଇବା ଅଭିଯୋଗରେ ପୋଲିସ ୫୫ ଶ୍ରମିକଙ୍କ ସମେତ ୩ ତସ୍କରଙ୍କୁ ଗିରଫ କରିଛି। ନେଲ୍ଲୋର ପୋଲିସକୁ ମିଳିଛି ଏହି ସଫଳତା। ଆନ୍ଧ୍ର ପ୍ରଦେଶ ପୋଲିସ ଏହି ତସ୍କରଙ୍କୁ ରାପୁର ଜଙ୍ଗଲରୁ ଧରିବାରେ ସଫଳ ହୋଇଛି।

ରିପୋର୍ଟ ମୁତାବକ, ପୋଲିସ ଏହି କାଠୁରିଆ ଓ ତସ୍କରଙ୍କୁ ଧରିବା ପାଇଁ ଚେଷ୍ଟା କରିବା ପରେ ସେମାନେ ତାଙ୍କୁ ପଥର ଫିଙ୍ଗିବା ସହ କୁରାଢ଼ୀରେ ଆକ୍ରମଣ କରିଥିଲେ। ସେମାନେ ଗାଡ଼ି ନେଇ ଫେରାର ହେବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଟିମ୍‌ ସତର୍କତାର ସହ ସେମାନଙ୍କୁ ସାମ୍ନା କରି ୫୫ ଶ୍ରମିକ ଓ ୩ ଚୋରଙ୍କୁ ଧରିବାରେ ସମର୍ଥ ହୋଇଛି।

ନେଲ୍ଲୋରର ଏସ୍‌ପି ଚୌ.ବିଜୟା ରାଓଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ବେଲୋ ଦାମୁ ଚିତ୍ତୁର ଜିଲ୍ଲାର ବିବିପୁରମ୍‌ର ଆରେ ଗାଁର ବାସିନ୍ଦା। ସେ ପୁଡ଼ୁଚେରୀର କୁପ୍ପନ୍ନା ସୁବ୍ରମଣ୍ୟମ୍‌ ସହ ଯୋଗାଯୋଗରେ ଥିଲା। ଏହି କାଠ ଚୋର ଜାନୁଆରୀ ୨୦ରେ କାଠୁରିଆଙ୍କ ସହ ନେଲ୍ଲୋର ଜିଲ୍ଲାର ଗୁଡ଼ୁର ପହଞ୍ଚିଥିଲେ ଓ ରାପୁରର ଜଙ୍ଗଲର ରକ୍ତ ଚନ୍ଦନର ଗଛ କାଟିଥିଲେ। ୨୧ ତାରିଖ ରାତିରେ ସେମାନେ ଏହି କାଠକୁ ଟ୍ରକରେ ଭରି ତାମିଲନାଡ଼ୁ ଫେରିଥିଲେ।

ଏ ନେଇ ପୋଲିସକୁ ଖବର ମିଳିବା ପରେ ସେମାନେ ରାସ୍ତାଗୁଡ଼ିକୁ ନାକାବନ୍ଦୀ କରିବା ସହ ସବୁ ଗାଡ଼ିର ଯାଞ୍ଚ ଆରମ୍ଭ କରିଥିଲେ। ଶନିବାର ଅପରାହ୍ନରେ ସେମାନେ ରାଜପଥରେ ୨ଟି ଗାଡ଼ି ସ୍ପିଡ୍‌ରେ ଯାଉଥିବା ଦେଖିଥିଲେ। ପୋଲିସ ଏହି ଗାଡ଼ିକୁ ପିଛା କରିବା ପରେ ସେମାନେ ପୋଲିସକୁ ଆକ୍ରମଣ କରିଥିଲେ। ପରେ ପୋଲିସ ଟିମ୍‌ ଗାଡ଼ିକୁ ଘେରିଯାଇ ସମସ୍ତଙ୍କୁ ଧରିଥିଲେ। ଏହି ଟ୍ରକରୁ ପୋଲିସ ୪୫ଟି ରକ୍ତ ଚନ୍ଦନ କାଠ, ୨୪ କୁରାଢ଼ୀ, ୩୧ ମୋବାଇଲ, ଏକ ଟୟୋଟା କାର ଓ ନଗଦ ୭୫,୨୩୦ ଟଙ୍କା ଜବତ କରିଛି।

WCW 11

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

2 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

2 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

2 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

3 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

4 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

4 hours ago