ଦେଶ ବିଦେଶ

ଶରଦ ପାଓ୍ଵାରଙ୍କ ଇସ୍ତଫା ପରେ NCP ରେ ହଟଚମଟ, ଦଳରୁ ଇସ୍ତଫା ଦେଲେ ମହାସଚିବ ଜିତେନ୍ଦ୍ର ଆହ୍ଵାଡ

ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ଇସ୍ତଫା ଦେବା ପରେ ପାର୍ଟିରେ ହଟଚମଟ ସୃଷ୍ଟି ହୋଇଛି । ଶରଦ ପାଓ୍ଵାରଙ୍କ ସମର୍ଥନରେ ଏନସିପି ରାଷ୍ଟ୍ରୀୟ ମହାସଚିବ ଜିତେନ୍ଦ୍ର ଆହ୍ଵାଡ ସହିତ ଅନେକ ନେତା ପଦରୁ ଇସ୍ତଫା ଦେଇଛନ୍ତି ।

ସେ କହିଛନ୍ତି, ଶରଦ ପାଓ୍ଵାର ଏଭଳି ଭାବେ ପାର୍ଟିରୁ ଇସ୍ତଫା ଦେବା ଆମେ ଗ୍ରହଣ କରିପାରୁନାହୁଁ । ଯେପର୍ଯ୍ୟନ୍ତ ଶରଦ ପାଓ୍ଵାର ନିଜର ଇସ୍ତଫା ଫେରାଇ ନ ନିଅନ୍ତି, ସେ ପର୍ଯ୍ୟନ୍ତ ଆମେ ମଧ୍ୟ ନିଜର ଇସ୍ତଫା ଫେରାଇ ନେବୁନାହିଁ । ତେବେ ଜିତେନ୍ଦ୍ର ଆହ୍ଵାଡ ଇସ୍ତଫା ଦେବା ପରେ ତାଙ୍କ ସହିତ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଥିଲେ ।

ଗୋଟିଏ ପଟେ ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଘୋଷଣା କରିବା ପରେ ଏବେ ସମସ୍ୟା ଆହୁରି ବଢ଼ିଯାଇଛି ।

ଗତ କିଛି ଦିନ ହେବ ଏନସିପିରେ ଚାଲିଥିଲା ପାଓ୍ଵାର ଲଢ଼େଇ । ଶରଦ ପାଓ୍ଵାର ଓ ଅଜିତ ପାଓ୍ଵାରଙ୍କ ଭିତରେ କ୍ଷମତାକୁ ନେଇ ବିବାଦ ଦେଖାଦେଇଥିଲା । ଅଜିତ ପାଓ୍ଵାର ଏନସିପିର ଗୋଟିଏ ଗୋଷ୍ଠୀକୁ ନେଇ ବିଜେପି ମେଣ୍ଟରେ ସାମିଲ ହେବାକୁ ଇଚ୍ଛୁକ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏବେ ଶରଦ ପାଓ୍ଵାରଙ୍କ ପରେ କିଏ ହେବେ ଏନିସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ।

ଶରଦ ପାଓ୍ଵର ପଦ ଛାଡିବାର ଘୋଷଣା କରିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ନାରାବାଜୀ କରିଥିଲେ । କର୍ମୀମାନେ ତାଙ୍କୁ ପଦ ନ ଛାଡିବା ପାଇଁ ଅପିଲ୍‌ କରିଥିଲେ । ଏହି ଘୋଷଣା ପରେ ପାଓ୍ଵର କିଛି ସମର୍ଥକ ଏବଂ କର୍ମକର୍ତ୍ତା କାନ୍ଦୁଥିବାର ନଜର ଆସିଥିଲେ ।

ସୂଚନାଯୋଗ୍ୟ ଯେ, ୮୨ ବର୍ଷୀୟ ଶରଦ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଦଳର ଅଧ୍ୟକ୍ଷ ପଦରେ ରହି ଆସିଥିଲେ । ସେ ଦୀର୍ଘ ୨୪ ବର୍ଷ ଧରି ଏହି ପଦରେ ରହି ଆସିଥିଲେ ।

Swagatika

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

60 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago