ଦେଶ ବିଦେଶ

ମା’ ମରିଗଲା ପରେ ଝିଅକୁ ଦୁଷ୍କର୍ମ କରୁଥିଲା ବାପା, କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡାଦେଶ

ଛି… ବାପା ହୋଇ ଝିଅ ସହିତ ଦୁଷ୍କର୍ମ । ବାପା-ଝିଅର ସଂପର୍କର ସବୁ ସୀମା ପାର । ମା’ ମରିଯିବା ପରେ ନିଜ ୧୭ ବର୍ଷୀୟ ଝିଅକୁ ଲଗାତାର ୩ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା । ଏବେ ଅତିରିକ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ପୀଡିତାଙ୍କୁ ୭.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲା ୨୦୨୦ର ବୋଲି ଜଣାପଡିଛି । ହରିୟାଣା ପଲବଲ ଜିଲ୍ଲାରେ ଘଟିଛି ଏଭଳି ଘଟଣା ।

ଖବର ମୁତାବକ, ୨୦୨୦ ଅକ୍ଟୋବର ୨ ତାରିଖରେ ହରିୟାଣା ପଲବଲ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ମୁତାବକ, ଜଣେ ବ୍ୟକ୍ତି ନିଜର ୧୭ ବର୍ଷୀୟ ଝିଅ ସହିତ ୩ ବର୍ଷ ଲଗାତାର ଦୁଷ୍କର୍ମ କରିଥିଲେ । ଝିଅ ଗର୍ଭବତୀ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ମାମଲାର ଯାଞ୍ଚ ହେଉଥିଲା । ଏହାପରେ ପୋଲିସ ଦୁଷ୍କର୍ମ ପୀଡିତା ଝିଅଙ୍କ ଗର୍ଭରେ ଥିବା ପିଲାର ଡିଏନଏ ଟେଷ୍ଟ କରାଇବା ଫଳରେ ସତ ସାମ୍ନାକୁ ଆସିଥିଲା ।

ପୀଡିତାଙ୍କ ମା’ ମରିଯିବା ପରେ ବାପା ଝିଅ ସହିତ ଦୁଷ୍କର୍ମ କରୁଥିଲା । ଝିଅ ଏହାକୁ ବାରଣ କରିବାରୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ୩ ବର୍ଷ ଝିଅକୁ ଦୁଷ୍କର୍ମ କରିବା ପରେ ଗର୍ଭବତୀ ହୋଇଥିଲା ଝିଅ । ଏହାପରେ ପୋଲିସରେ ମାମଲା ରୁଜୁ ହୋଇ କେସ୍‌ ଚାଲିଥିଲା । ଦୀର୍ଘ ୩ ବର୍ଷ କାଳ କେସ୍‌ ବିଚାରଧୀନ ରହିଥିବା ବେଳେ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏବେ କୋର୍ଟଏହି କେସ୍‌ର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ସହିତ ପୀଡିତାଙ୍କୁ ୭.୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତା ଏବେ ଏକ ଏନଜିଓରେ ରହିଛନ୍ତି । ୨୦୨୧ରେ ପୀଡିତା ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁକନ୍ୟାକୁ ଏନଜିଓ ଜରିଆରେ କୌଣସି ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

Swagatika

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

1 second ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

3 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

38 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago