ଦେଶ ବିଦେଶ

ଦିଲ୍ଲୀରେ ଆପ୍‌ ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ଜାରି, ଏବେ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତାମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ମଙ୍ଗଳବାର ଇଡି ଟିମ୍ ଓଖଲାରୁ ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ କରିଛି। ସୂଚନା ମୁତାବକ, ସକାଳ ସାଢ଼େ ୬ଟାରେ ଇଡି ଟିମ୍ ତାଙ୍କ ଘର ନିକଟରେ ପହଞ୍ଚିଥିଲା। ସାଢ଼େ ୭ଟାରେ ଟିମ୍‌ର ସଦସ୍ୟମାନେ ଅମାନତୁଲ୍ଲାହଙ୍କ ଘରେ ପ୍ରବେଶ କରିଥିଲେ।

ଗତ ବର୍ଷ ଅମାନତୁଲ୍ଲାହ ଖାନଙ୍କ ବିରୋଧରେ ଆସିଥିବା ୱାକଫ ବୋର୍ଡ ଜମି ଦୁର୍ନୀତି ମାମଲାକୁ ଆଧାର କରି ଇଡି ଏହି ଚଢ଼ାଉ କରିଛି। ବାସ୍ତବରେ, ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅମାନତୁଲ୍ଲାହଙ୍କ ବିରୋଧରେ ମାମଲା ଦାୟର କରିଛି। ଗତ ବର୍ଷ ଏସିବି ବିଧାୟକଙ୍କ ସହ ଜଡ଼ିତ ଦିଲ୍ଲୀର ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ନଗଦ ୧୨ ଲକ୍ଷ ଟଙ୍କା, ବିନା ଲାଇସେନ୍ସପ୍ରାପ୍ତ ଏକ ବରେଟା ପିସ୍ତଲ ଏବଂ ୨ଟି ଅଲଗା ଅଲଗା ବୋରର କାର୍ଟ୍ରିଜ ଜବତ କରାଯାଇଥିଲା।

ୱାକଫ ବୋର୍ଡରେ ହୋଇଥିବା ଦୁର୍ନୀତିକୁ ନେଇ ସିବିଆଇ ଏବଂ ଏସିବି ପୃଥକ ଏଫଆଇଆର ପଞ୍ଜିକୃତ କରିଥିଲେ। ଗତ ବର୍ଷ ଏହି ମାମଲାରେ ଅମାନତୁଲ୍ଲାହଙ୍କୁ ଏସିବି ଗିରଫ କରିଥିଲା। ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ ବେଳେ କିଛି ଟଙ୍କା କାରବାରର ବିବରଣୀ ଏବଂ ଡାଏରୀ ମିଳିଥିଲା।

ଅଭିଯୋଗ ହୋଇଛି, ଏହି ଡାଏରୀରେ ହୱାଲା ମାଧ୍ୟମରେ ଲେଣଦେଣର ହିସାବ ଲେଖାଯାଇଛି। ବିଦେଶରୁ ମଧ୍ୟ ହୱାଲା ଜରିଆରେ କାରବାର ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହାପରେ ଏ ସମସ୍ତ ସୂଚନା ଏସିବି ଇଡି ସହିତ ସେୟାର କରିଥିଲା। ବର୍ତ୍ତମାନ ଇଡି PMLA ଅଧୀନରେ ଅମାନତୁଲ୍ଲାହଙ୍କ ଘରେ ଚଢ଼ାଉ କରିଛି।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

3 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

12 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

15 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

49 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

51 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago