ଦେଶ ବିଦେଶ

ମରିଯିବି କହି ପାର୍ଟନରଙ୍କୁ ଧମକାଉଥିଲେ, ହେଲେ ସତସତିକା ଘଟିଗଲା ଅଘଟଣ

ପାର୍ଟନରଙ୍କୁ ଡରାଉଥିଲେ । ମରିଯିବି ମରିଯିବି ହେଲେ ଡରେଇବା ଧମକାଇବା କଥା ହୋଇଗଲା କିନ୍ତୁ ସତ । ଯୁବକ ଯୁବତୀଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା। ଝଗଡା ଲାଗି ଲାଗି ପହଁଚିଲେ ରେଳ ଷ୍ଟେସନରେ । ଏହାପରେ ଲିଭ-ଇନ୍‌ ପାର୍ଟନରଙ୍କୁ ଡରାଇବା ପାଇଁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ପଡିଲେ ମହିଳା। ତାପରେ ଚଢ଼ିଗଲା ଚଳନ୍ତା ଟ୍ରେନ୍‌। ଉତ୍ତରପ୍ରଦେଶର ଆଗ୍ରା ରାଜା ମଣ୍ଡି ରେଳ ଷ୍ଟେସନର ୧ ନମ୍ବର ପ୍ଲାଟ୍‌ଫର୍ମରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକର ଆଖି ସାମ୍ନାରେ ହିଁ ଚାଲିଗଲେ ଯୁବତୀ । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନା ମୁତାବକ ଟ୍ରେନ୍‌ ଲାଇନକୁ ଡେଇଁଥିବା ମହିଳା ଜଣକ ହେଲେ ୩୮ ବର୍ଷୀୟ ରାଣୀ। ସୋମବାର ବିଳମ୍ବିତ ରାତିରେ ରାଣୀ ଓ ତାଙ୍କ ଲିଭ-ଇନ୍‌ ପାର୍ଟନର କିଶୋରଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା। ଏହାପରେ ସେ କିଶୋରଙ୍କୁ ଡରାଇବା ପାଇଁ କଥିତ ରୂପେ ରେଲଓ୍ୱେ ଟ୍ରାକ୍‌କୁ ଡେଇଁ ପଡିଥିଲେ। ହେଲେ ତାପରେ ଘଟିଗଲା ବଡ ଅଘଟଣ ।

ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ଲିଭ-ଇନ୍ ପାର୍ଟନରଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ । ଝଗଡ଼ା ହେବା ପରେ ଯୁବତୀ ତାଙ୍କୁ ନିଜ ଜୀବନ ହାରିଦେବାକୁ ଧମକ ଦେଇଥିଲେ। ଏହାପରେ ଯୁବକଙ୍କ ସାମ୍ନାରେ ହିଁ ରେଳ ଧାରଣାକୁ ଡେଇଁ ପଡିଥିଲେ। ହେଲେ ଡରାଇବା ପାଇଁ ଯୁବତୀ ଡେଇଁ ତ ପଡିଲେ ହେଲେ ତାପରେ ଟ୍ରେନ୍‌ ଆସୁଥିବାର ଦେଖି ପ୍ଲାଟଫର୍ମ ଉପରକୁ ଆସିବାକୁ ଚେଷ୍ଟା ବି କରୁଥିଲେ । କିନ୍ତୁ ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ସେ ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ଫଶି ଯାଇଥିଲେ।

ପ୍ରେମିକା ଉପରେ ଆଖି ସ‌ାମ୍ନାରେ ଟ୍ରେନ ମାଡ଼ିଯିବା ଦେଖି ଯୁବକ ଜଣକ କ’ଣ କରିବେ ପ୍ରଥମେ କିଛି ବୁଝି ପାରି ନଥିଲେ। ବିଚଳିତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଯୁତବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀଙ୍କର ମୃତ୍ୟୁ ହୋଇଗଲା । ରାଣୀଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ କହିରଖିବାକୁ ଚାହିଁବୁ ଯେ ଦେଢ଼ ବର୍ଷ ହେବ ରାଣୀ ଏବଂ କିଶୋର ଲୋହାମଣ୍ଡି ଅଞ୍ଚଳରେ ଥିବା ବରଫ ଗଳିରେ ଏକାଠି ଲିଭ-ଇନରେ ରହୁଥିଲେ। କିଶୋର ଚାଉମିନ୍‌ ବିକ୍ରି କରନ୍ତି। ଏଥିରେ ରାଣୀ ତାଙ୍କୁ ସହାୟତା କରୁଥିଲେ। କିନ୍ତୁ ମଦ୍ୟପାନକୁ ନେଇ ଲାଗିରହୁଥିଲା ଉଭୟଙ୍କ ମଧ୍ୟରେ ଝଗଡା । ଯାହାର ପରିଣତି ଏବେ କରୁଣ ରୂପ ନେଇଗଲା ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

24 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago