ଆମ୍ବ ଖାଇ ଟାକୁଆ ଫୋପାଡନ୍ତୁ ନାହିଁ, ସଂଗ୍ରହ କରିବାକୁ ଏମିତି ଆବେଦନ କଲେ ବୈଜ୍ଞାନିକ

ଛତିଶଗଡ଼: ବଢୁଥିବା ଗ୍ରୀଷ୍ଣ ଉତ୍ତାପ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଏହି ଗ୍ରୀଷ୍ଣ ପ୍ରବାହକୁ ନଜରରେ ରଖି ଅନେକ ବେସରକାରୀ ସଂସ୍ଥା, ସ୍ବଚ୍ଛାସେବୀ ସଂଙ୍ଗଠନ ଗଛ ଲଗାଇବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ଗ୍ରୀଷ୍ମ ପ୍ରବାହ କେବଳ ବୃକ୍ଷ କ୍ଷୟ କାରଣରୁ ହେଉଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ତେବେ ବୃକ୍ଷ କ୍ଷୟ ମଧ୍ୟରେ ଅଧିକତର ଆମ୍ବ ଗଛ କ୍ଷୟ ହେଉଥିବାରୁ ଏହା ଆଗାମୀ ଦିନରେ ଆମ୍ବ ପ୍ରେମୀଙ୍କୁ ଦୁଃଖ ଦେବାର ସମ୍ଭାବନା ସୃଷ୍ଟି ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ କୃଷି ବିଜ୍ଞାନ କେନ୍ଦ୍ର ଏକ ଅଭିନବ ପ୍ରୟାସ କରିଛି। ଲୋକମାନେ ଆମ୍ବ ଖାଇ ଆମ୍ବର ଟାକୁଆକୁ ଏଣେତେଣେ ନଫୋଡି ଗୋଟିଏ ଜାଗାରେ ରଖିବାପାଇଁ ଲୋକଙ୍କୁ ଆବେଦନ କରିଛନ୍ତି । ଏହି ଟାକୁଆ ଗୁଡିକୁ ନେବା ପାଇଁ ବୈଜ୍ଞାନିକ ମାନେ ନିଜେ ସେମାନଙ୍କ ଘରକୁ ଯିବେ ଓ ଏହି ଟାକୁଆ ଗୁଡିକ ଏକାଠି କରି ନୂଆ ଆମ୍ବ ଗଛ ଲଗାଇବେ।

କୃଷି ବିଜ୍ଞାନ କେନ୍ଦ୍ରର ଡିନ ଆର ତିୱାରୀଙ୍କ କହିବା ମୁତାବକ ୧୪ ଜୁନରୁ ଏହି ଯୋଜନା ଆରମ୍ଭ ହେବ ଏଥିପାଇଁ ମୁନିସପାଲଟିରୁ କିଛି ଡବା ମଗାଯାଇଛି ଓ କିଛି ମଧ୍ୟ କିଣାଯାଇଛି। ଏହି ଡବାଗୁଡିକୁ ସହରର ବିଭିନ୍ନ ଦୋକାନ, ଡଷ୍ଟବିନ  ଆଦି ଜାଗାରେ ରଖାଯିବ। ଏହା ସହିତ କୃଷି ବିଜ୍ଞାନ କେନ୍ଦ୍ର ସହାୟତା ପାଇଁ ଏକ ଟୋଲ ଫ୍ରୀ ନମ୍ବର ମଧ୍ୟ ବଜ୍ଞାପନ ଦେଇଛି। ଏହି ଟୋଲ ଫ୍ରୀ ନମ୍ବର ମାଧ୍ୟମରେ ଲୋକମାନେ ଫୋନ କରି ଆମ୍ବ ଟାକୁଆ ଦାନ କରିପାରିବେ। ସେହି ନମ୍ବର ହେଉଛି -୯୮୨୭୧-୬୦୪୫୦ ଓ ୦୭୭୫୨-୩୫୪୩୭୯ ।

ବୁଢା ଗଛକୁ କରିଥିଲେ ଯବାନ ଗଛ

କୃଷି ବିଜ୍ଞାନ କେନ୍ଦ୍ର ବୁଢା ଗଛକୁ ଯବାନ କରିବା ପାଇଁ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରିଛନ୍ତି। ଆମ୍ବ ଗଛକୁ କାଟି ସେଥିରେ ବୋଡୋପେଷ୍ଟ ଦେଇ ପାଖାପାଖି ୧୫୦ ବୁଢା ଆମ୍ବଗଛକୁ ଯବାନ କରିଥିଲେ । ଏହି ଗଛ ଗୁଡିକରେ ନୂଆ ପତ୍ର ଆସିବା ସହିତ ଆଗାମୀ ଦିନରେ ପୁଣି ବହୁତ ଫଳ ଦେଇପାରିବ ।
ଏହି ଗଛ ଗୁଡିକର ବୟସ ପାଖାପାଖି ୪୦ରୁ ୫୦ ବର୍ଷ ହୋଇଥିଲା। ବୈଜ୍ଞାନିକ ମାନଙ୍କ ଦାବି ଯେ, ନୂଆ ଜୀବନରେ ଏହି ଆମ୍ବ ଗଛ ଗୁଡିକ ଆଗ ଅପେକ୍ଷା ଅଧିକ ଫଳ ଦେବ। ପୁନର୍ଜିବୀତ କରିବା ପାଇଁ ଗଛ ଗୁଡିକୁ କାଟି କେମିକାଲର ଲେପ ଲଗାଯାଇଛି। ଏଥିରେ ଲଙ୍ଗଡା,ବାଦାମି, ଚୈଷା,ଦଶହରି,ତୋତାପରି ଓ ସୁନ୍ଦରଜା ଭଳି ଆମ୍ବର ପ୍ରଜାତି ରହିଛି।

Sasmita

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

33 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

58 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago