ଦେଶ ବିଦେଶ

ଦିଲ୍ଲୀ-NCR ପରେ ଅହମ୍ମଦାବାଦର ୭ ସ୍କୁଲକୁ ବୋମା ଧମକ, ବିଦେଶୀରୁ ପଠାଯାଇଛି ଇମେଲ୍‌

ଦିଲ୍ଲୀ-ଏନ୍‌ସିଆର୍‌ ପରେ ଏବେ ଅହମ୍ମଦାବାଦ । ଅହମ୍ମଦାବାଦର ପାଖାପାଖି ୭ଟି ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ଇମେଲ୍‌ । ଏହି ଇମେଲ ଜରିଆରେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏଭଳି ଇମେଲ୍‌ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଟିମ୍‌ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସ୍କୁଲରେ ପହଞ୍ଚି ତଦନ୍ତ କରୁଛି ।

ଯେଉଁ ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି, ସେଥିରେ ବୋପଲସ୍ଥିତ ଡିପିଏସ୍‌, ଆନନ୍ଦ ନିକେତନ ସମେତ ୭ଟି ସ୍କୁଲ ରହିଛି । ଅହମ୍ମଦାବାଦର ସ୍କୁଲଗୁଡ଼ିକୁ ଦିଲ୍ଲୀ ଢାଞ୍ଚାରେ ଇମେଲ୍‌ ପଠାଯାଇଛି । ଯେଉଁ ଡୋମେନ୍‌ରୁ ଇମେଲ୍‌ ପଠାଯାଇଛି, ତାହା ବିଦେଶର ବୋଲି ଜଣାପଡ଼ିଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ଯଦିଓ ସ୍କୁଲ ଛୁଟି ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । କିନ୍ତୁ ଆସନ୍ତାକାଲି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଥିବାରୁ ପୋଲିସ ବର୍ତ୍ତମାନ ଆଲର୍ଟ ମୋଡ୍‌ରେ ରହିଛି ।

କହି ରଖୁଛୁ, କିଛି ଦିନ ତଳେ ଦିଲ୍ଲୀ-ଏନ୍‌ସିଆର୍‌ର ୨୦୦ରୁ ଅଧିକ ସ୍କୁଲକୁ ଏହିଭଳି ବୋମା ଧମକ ମିଳିଥିଲା । ଏହି ଧମପୂର୍ଣ୍ଣ ଇମେଲ୍‌ ପଠାଇବା ପାଇଁ ରୁଷୀୟ ମେଲିଙ୍ଗ୍‌ ସର୍ଭିସ୍‌ Mail.ru ବ୍ୟବହାର କରାଯାଇଥିଲା । ଇମେଲ୍‌ର ସଠିକ୍‌ ସୋର୍ସ ଜାଣିବା ପାଇଁ ଦିଲ୍ଲୀ ପୋଲିସ ଇଣ୍ଟରପୋଲ ଜରିଆରେ ରୁଷୀୟ ମେଲିଙ୍ଗ୍‌ ସର୍ଭିସ୍‌ ସହ ଯୋଗାଯୋଗ କରିଥିଲା । ପୋଲିସ ସିବିଆଇକୁ ମଧ୍ୟ ଚିଠି ଲେଖି ଇଣ୍ଟରପୋଲ ଚ୍ୟାନେଲ ମାଧ୍ୟମରେ ଧମକପୂର୍ଣ୍ଣ ଇମେଲ୍‌ ବିଷୟରେ ସୂଚନା ଉପଲବ୍ଧ କରାଇବାକୁ ଦାବି କରିଥିଲା ।

ଏହି ଘଟଣାରେ ଦିଲ୍ଲୀ ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା । ଏଫ୍‌ଆଇଆର୍‌ରେ କୁହାଯାଇଥିଲା ଯେ ବଡ଼ ଧରଣର ଆତଙ୍କ ସୃଷ୍ଟି କରିବା ଏବଂ ଜାତୀୟ ରାଜଧାନୀରେ ସାର୍ବଜନିକ ବ୍ୟବସ୍ଥାକୁ ବିଗାଡ଼ିବା ଉଦ୍ଦେଶ୍ୟରେ ସ୍କୁଲଗୁଡ଼ିକୁ ବୋମା ଗୁଜବ ଥିବା ଇମେଲ୍‌ ପଠାଯାଇଥିଲା । କହି ରଖୁଛୁ ଯେ ଦିଲ୍ଲୀ-ଏନ୍‌ସିଆର୍‌ର ୨୦୦ରୁ ଅଧିକ ସ୍କୁଲକୁୁ ମେ’ ୧ ତାରିଖ ସକାଳେ ଇମେଲ ମାଧ୍ୟମରେ ମିଥ୍ୟା ବୋମା ଧମକ ମିଳିଥିଲା ।

Roshni

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

18 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

41 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

48 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago