ଦେଶ ବିଦେଶ

କର୍ଣ୍ଣାଟକ: କଲ୍ୟାଣ ଜୁଏଲର୍ସ ଶୋ’ରୁମ୍‌ରେ ଫାଟିଲା AC, ୩ ଆହତ

କର୍ଣ୍ଣାଟକର ବେଲାରି ସହରରେ ଥିବା କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍‌ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଖରାପ ହୋଇଯାଇଥିବା ଏକ ଏୟାର କଣ୍ଡିସନର (ଏସି)ରେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ଜୋର୍‌ଦାର ଥିଲା ଯେ ବ୍ଲାଷ୍ଟ୍‍ ହେବା କ୍ଷଣି ଶୋ’ ରୁମ୍‌ ଭିତରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ପୋଡ଼ି ହୋଇ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ବେଲାରିର ଟେରୁ ଷ୍ଟ୍ରିଟ୍‌ରେ ଥିବା କଲ୍ୟାଣ ଜୁଏଲର୍ସରେ ଏହି ଘଟଣା ଘଟିଛି । ଏସିରେ ବିସ୍ଫୋରଣ ଯୋଗୁ ଶୋ’ ରୁମ୍‌ର କାଚଗୁଡ଼ିକ ଭାଙ୍ଗି ଚୁର୍‌ମାର ହୋଇଯାଇଛି । ତେବେ ଏହାର କିିଛି ସମୟ ପରେ ଶୋ’ ରୁମ୍‌ ଭିତର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା ।

ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତୁରନ୍ତ ରେସ୍‌କ୍ୟୁ ଅପରେସନ ଆରମ୍ଭ କରିଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପାଖ ହସ୍ପିଟାଲ ନିଆଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଦେଖି ସେଠାରୁ ସେମାନଙ୍କୁ ବେଲାରିସ୍ଥିତ ବିଜୟନଗର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ଆହତମାନଙ୍କ ଚିକିତ୍ସା ଚାଲିଛି ।

ରିପୋର୍ଟ ମୁତାବକ, ଶୋ’ ରୁମ୍‌ରେ ଲାଗିଥିବା ଏକ ଖରାପ ଏସିରେ ଅଚାନକ୍‌ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ପରେ ଶୋ’ ରୁମ୍‌ର କର୍ମଚାରୀମାନେ ଭୟଭୀତ ହୋଇପଡ଼ି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଦୁର୍ଘଟଣା ପରର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଉଥିବା ଦେଖିବାକୁ ମିଳୁଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି । ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହି ମାମଲାର ତଦନ୍ତ କରୁଛି ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago