ହାଇପାୱାର ଅଧିକାରୀ ହେଲେ ଅଜିତ୍ ଡୋଭାଲ୍, ମୋଦି ସରକାର ଦେଲେ ନୂଆ ଦାୟିତ୍ବ

ଦିଲ୍ଲୀ(କେନ୍ଯୁଜ୍) : ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମିଳିଛି ନୂଆ ଦାୟିତ୍ବ । ଯେଉଁ ଦାୟିତ୍ବ ମିଳିବାପରେ ସେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଳୀ ଅଧିକାରୀ ହୋଯାଇଛନ୍ତି । ଷ୍ଟ୍ରାଟେଜିକ ପଲିସୀ ଗ୍ରୁପ୍ ବା ଏସପିଜିର କ୍ୟାବିନେଟ ସଚିବଙ୍କ ବଦଳରେ ବର୍ତମାନ ସେ ଅଧ୍ୟକ୍ଷତା କରିବେ । ସୂଚନା ଅନୁଯାୟୀ, ୧୯୯୯ରେ ଏସପିଜିକୁ ବାହ୍ୟ, ଆଭ୍ୟନ୍ତରୀଣ ଏବଂ ଆର୍ଥିକ ସୁରକ୍ଷା ମାମଲାରେ ଏନଏସପିକୁ ସହଯୋଗ କରିବା ପାଇଁ ଗଠନ କରାଯାଇଥିଲା । ବର୍ତ୍ତମାନ ଡୋଭାଲ ଏସପିଜି ବୈଠକକୁ ସଂଯୋଜନା କରିବା ସହ କ୍ୟାବିନେଟ ସଚିବଙ୍କ ନିଷ୍ପତିକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ କରିବେ ।

ଏହା ପୂର୍ବରୁ କ୍ୟାବିନେଟ୍ ସଚିବ ଏସପିଜିର ଅଧ୍ୟକ୍ଷତା କରୁଥିଲେ । ଏହି ପଦରେ ଅଧ୍ଯକ୍ଷତା କରୁଥିବା ଅଧିକାରୀ ସରକାରଙ୍କ ସବୁଠାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୋଇଥାନ୍ତି । ଯାହାକୁ ଏବେ ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପରିଚାଳନା କରିବେ । ମୋଦୀ ସରକାର ସେପ୍ଟେମ୍ବର ୧୧ରେ ଏସମ୍ବନ୍ଧରେ ଏକ ସୂଚନା ଜାରି କରିଥିଲେ । ପରେ ଅକ୍ଟୋବର ୮ରେ ଗ୍ୟାଜେଟ୍ ପ୍ରକାଶ ପାଇଥିଲା । ସୂଚନା ମୁତାବକ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଏହି ସମୂହର ଚେୟାରମ୍ୟାନ ଘୋଷଣା କରାଯାଇଛି ।

 

KNews Bureau

Recent Posts

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

10 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

44 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

51 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

1 hour ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

2 hours ago