Below header

ହାଇପାୱାର ଅଧିକାରୀ ହେଲେ ଅଜିତ୍ ଡୋଭାଲ୍, ମୋଦି ସରକାର ଦେଲେ ନୂଆ ଦାୟିତ୍ବ

ଦିଲ୍ଲୀ(କେନ୍ଯୁଜ୍) : ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମିଳିଛି ନୂଆ ଦାୟିତ୍ବ । ଯେଉଁ ଦାୟିତ୍ବ ମିଳିବାପରେ ସେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଶକ୍ତିଳୀ ଅଧିକାରୀ ହୋଯାଇଛନ୍ତି । ଷ୍ଟ୍ରାଟେଜିକ ପଲିସୀ ଗ୍ରୁପ୍ ବା ଏସପିଜିର କ୍ୟାବିନେଟ ସଚିବଙ୍କ ବଦଳରେ ବର୍ତମାନ ସେ ଅଧ୍ୟକ୍ଷତା କରିବେ । ସୂଚନା ଅନୁଯାୟୀ, ୧୯୯୯ରେ ଏସପିଜିକୁ ବାହ୍ୟ, ଆଭ୍ୟନ୍ତରୀଣ ଏବଂ ଆର୍ଥିକ ସୁରକ୍ଷା ମାମଲାରେ ଏନଏସପିକୁ ସହଯୋଗ କରିବା ପାଇଁ ଗଠନ କରାଯାଇଥିଲା । ବର୍ତ୍ତମାନ ଡୋଭାଲ ଏସପିଜି ବୈଠକକୁ ସଂଯୋଜନା କରିବା ସହ କ୍ୟାବିନେଟ ସଚିବଙ୍କ ନିଷ୍ପତିକୁ ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ କରିବେ ।

doval-modiଏହା ପୂର୍ବରୁ କ୍ୟାବିନେଟ୍ ସଚିବ ଏସପିଜିର ଅଧ୍ୟକ୍ଷତା କରୁଥିଲେ । ଏହି ପଦରେ ଅଧ୍ଯକ୍ଷତା କରୁଥିବା ଅଧିକାରୀ ସରକାରଙ୍କ ସବୁଠାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୋଇଥାନ୍ତି । ଯାହାକୁ ଏବେ ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପରିଚାଳନା କରିବେ । ମୋଦୀ ସରକାର ସେପ୍ଟେମ୍ବର ୧୧ରେ ଏସମ୍ବନ୍ଧରେ ଏକ ସୂଚନା ଜାରି କରିଥିଲେ । ପରେ ଅକ୍ଟୋବର ୮ରେ ଗ୍ୟାଜେଟ୍ ପ୍ରକାଶ ପାଇଥିଲା । ସୂଚନା ମୁତାବକ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଏହି ସମୂହର ଚେୟାରମ୍ୟାନ ଘୋଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.