ପ୍ରେମିକ ପାଇଁ ୨୨ କଡା ନିୟମ, ଭାଇରାଲ୍ ହେଉଛି ପ୍ରେମିକା ବନାଇଥିବା କଟକଣାର ତାଲିକା

ପ୍ରେମିକ – ପ୍ରେମିକାଙ୍କ ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ । ଏହି ସମ୍ପର୍କରେ ଖୁବ୍ ଶ୍ରୀଘ୍ର ବଢିଥାଏ ଅବିଶ୍ବାସ । ଆଉ ତା ପରେ ବ୍ରେକ ଅପ୍ ପାଇଁ ବେଶୀ ସମୟ ମଧ୍ୟ ଲାଗିନଥାଏ । ନିଜ ସମ୍ପର୍କକୁ ରକ୍ଷା କରିବା ପାଇଁ ବହୁତ କିଛି କରିଯାଆନ୍ତି ପ୍ରେମୀଯୁଗଳ । ଏବେ ଯେମିତି ଏକ ଚିଠି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଯାହା ପ୍ରେମିକା ପଠାଇଛି ନିଜ ପ୍ରେମିକକୁ । ତେବେ ଏହା ଖାଲି ଗୋଟିଏ ଚିଠି ନୁହେଁ । ଏଥିରେ ଅଛି ୨୨ଟି କଡା ନିୟମ । ଯାହାକୁ ମାନିବାକୁ ବାଧ୍ୟ ପ୍ରେମିକ । ନିୟମର ଏହି ତାଲିକା ଦେଖିଲେ ଆପଣ ଯେତିକି ଆଶ୍ଚର‌୍ୟ୍ୟ ହେବେ ସେତିକି ମଜା ମଧ୍ୟ ଲାଗିବ ।

ତେବେ ଏହି ଚିଠିଟି ଏକ କାରରେ ପଡିଥିଲା । ଆଉ କାରକୁ କିଣିଥିବା ବ୍ୟକ୍ତି ଜଣକ ଏହି ଚିଠିକୁ ପାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଇଥିଲେ । ଯାହା ପରେ ଏହା ଭାଇରାଲ୍ ହେବାକୁ ଲାଗିଛି । ଏହି ଚିଠିରେ ପୁଅ ଜଣକ ଅନ୍ୟ ଝିଅଙ୍କୁ ଅନାଇବା, କଥା ହେବା, ଫ୍ରେଣ୍ଡ୍ ଲିଷ୍ଟରେ କୌଣସି ଅବିବାହିତ ଝିଅଙ୍କୁ ସାମିଲ୍ ନକରିବା ଭଳି ଶକ୍ତ ନିୟମ ଅଛି । କୌଣସି ସିଙ୍ଗଲ ଝିଅ ଆଡକୁ ନଅନାଇବା ପାଇଁ କଡା ଚେତାବନୀ ଏହି ଚିଠିରେ ଦିଆଯାଇଛି । ସୋସିଆଲ୍ ମିଡିଆରେ ଫଲୋ କରୁଥିବା ସମସ୍ତ ସିଙ୍ଗଲ୍ ଝିଅଙ୍କୁ ଅନଫଲୋ କରିବା ପାଇଁ ମଧ୍ୟ ଏହି ନିୟମର ତାଲିକାରେ ରହିଛି । ତେବେ ସବୁଠାରୁ ମଜା କଥା ହେଉଛି ଝିଅଟି ବନାଇଥିବା ଏହି ନିୟମ ଅନୁଯାୟୀ ନିଜ ପ୍ରେମିକାର କୌଣସି ବି ମେସେଜର ଉତ୍ତର ୧୦ ମିନିଟ୍ ମଧ୍ୟରେ ଦେବା ପ୍ରେମିକ ପାଇଁ ଅନିବାର‌୍ୟ୍ୟ ।

ଏହା ସହ ଏହି ରୁଲ୍ ବୁକରେ ପୁଅଟିର ଅନେକ ସାଙ୍ଗ ମାନଙ୍କ ନାଁ ଲେଖାଯାଇଛି । ଯେଉଁମାନଙ୍କ ସହ ତାକୁ ବନ୍ଧୁତ୍ବ ଶେଷ କରିବାକୁ ପଡିବ । ଏପରି କି ପ୍ରେମିକାର ଅନୁମତି ବିନା ଡ୍ରିଙ୍କ୍ସ ମଧ୍ୟ କରିପାରିବ ନାହିଁ ପ୍ରେମିକ । ତେବେ ଏହା କେଉଁଠାର ଚିଠି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚିଠିଟି ପଢି ଖୁବ୍ ମଜା ନେଉଛନ୍ତି ଲୋକାମାନେ । ଆଉ ଅନେକ କହୁଛନ୍ତି ପ୍ରେମରେ କାହାର ପହରା ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.