Below header

ଆସନ୍ତାକାଲି ସକାଳ ୬ଟା ସୁଦ୍ଧା ସ୍ଥଳଭାଗ ଛୁଇଁବ ତିତଲି, ବିଶାଖାପାଟଣା ଓ ଗୋପାଳପୁରରୁ ଗତିପଥର କରାଯାଉଛି ମନିଟର

ଭୁବନେଶ୍ବର(କେନ୍ଯୁଜ୍) : ତିତ୍‌ଲିର ଗତି ନେଇ ବିଶାଖାପାଟଣା ଓ ଗୋପାଳପୁରରୁ ମନିଟର କରାଯାଉଛି। କାଲି ସକାଳ ୬ଟା ସୁଦ୍ଧା ସ୍ଥଳଭାଗ ଛୁଇଁବ ‘ତିତ୍‌ଲି’। ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ଡ. କେଜେ ରମେଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଆଇଏମଡି ଡିଜି। ୩ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଆଇଏମଡି ପକ୍ଷରୁ ସମସ୍ତଙ୍କୁ ସତର୍କ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ତିତଲି ଦ୍ୱାରା ଆନ୍ଧ୍ର, ଓଡ଼ିଶା, ମିଜୋରାମ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟ ପ୍ରଭାବିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.