ଦେଶ ବିଦେଶ

ପୁଟିନଙ୍କ ବିରୋଧୀ ଆଲେକ୍ସି ନାଭାଲନିଙ୍କ ଜେଲ୍‌ରେ ନିଧନ

ଜେଲରେ ଥିବା ରୁଷ୍‌ର ବିରୋଧୀ ନେତା ଆଲେକ୍ସି ନାଭାଲନିଙ୍କ ଦେହାନ୍ତ ହୋଇଛି । ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ତରଫରୁ ଏହି ଖବର ନିଶ୍ଚିତ କରାଯାଇଛି । ନାଭାଲନି ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଭାବରେ ଜଣାଯାଉଥିଲେ ।

ମିଡିଆ ରିପୋର୍ଟ ମୁତାବକ, ନାଭାଲନି ଶୁକ୍ରବାର ଯେତେବେଳେ ଜେଲରେ ବୁଲୁଥିଲେ, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ଏହା ବିଷୟରେ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ହଠାତ୍‌ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତୁରନ୍ତ ମେଡିକାଲ ଷ୍ଟାଫ୍‌ଙ୍କୁ ଡକାଯାଇଥିଲା । ହେଲେ ତାଙ୍କର ଚେତା ଫେରିପାରି ନ ଥିଲା । ତେବେ ନାଭାଲନିଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍‌ ସୂଚନା ନାହିଁ ।

ଏହାପୂର୍ବରୁ ନାଭାଲନିଙ୍କୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା କି, ତାଙ୍କୁ ୨୦୨୦ରେ ସାଇବେରିଆରେ ବିଷ ଦେଇ ମାରି ଦିଆଯାଇଛି । ଯଦିଓ ଏହି ବୟାନକୁ ରୁଷ୍‌ ସରକାର କେବଳ ଗୁଜବ ବୋଲି କହିଥିଲେ । ସରକାରଙ୍କ ତରଫରୁ କୁହାଯାଇଥିଲା କି, ଏହି କଥାର କୌଣସି ପ୍ରମାଣ ନାହିଁ ଯେ ତାଙ୍କୁ ସ୍ନାୟୁ ଏଜେଣ୍ଟରେ ବିଷ ଦିଆଯାଇଛି । କେବଳ ଏତିକି ନୁହେଁ, ଆଲେକ୍ସି ନାଭାଲନି ଜେଲରୁ ନିଖୋଜ ହେବାର ମଧ୍ୟ ଗୁଜବ ସାମ୍ନାକୁ ଆସିଥିଲା ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago