ପୁଟିନଙ୍କ ବିରୋଧୀ ଆଲେକ୍ସି ନାଭାଲନିଙ୍କ ଜେଲ୍ରେ ନିଧନ
ଜେଲରେ ଥିବା ରୁଷ୍ର ବିରୋଧୀ ନେତା ଆଲେକ୍ସି ନାଭାଲନିଙ୍କ ଦେହାନ୍ତ ହୋଇଛି । ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ତରଫରୁ ଏହି ଖବର ନିଶ୍ଚିତ କରାଯାଇଛି ।
ଜେଲରେ ଥିବା ରୁଷ୍ର ବିରୋଧୀ ନେତା ଆଲେକ୍ସି ନାଭାଲନିଙ୍କ ଦେହାନ୍ତ ହୋଇଛି । ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ତରଫରୁ ଏହି ଖବର ନିଶ୍ଚିତ କରାଯାଇଛି । ନାଭାଲନି ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଭାବରେ ଜଣାଯାଉଥିଲେ ।
ମିଡିଆ ରିପୋର୍ଟ ମୁତାବକ, ନାଭାଲନି ଶୁକ୍ରବାର ଯେତେବେଳେ ଜେଲରେ ବୁଲୁଥିଲେ, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ଏହା ବିଷୟରେ ସେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତୁରନ୍ତ ମେଡିକାଲ ଷ୍ଟାଫ୍ଙ୍କୁ ଡକାଯାଇଥିଲା । ହେଲେ ତାଙ୍କର ଚେତା ଫେରିପାରି ନ ଥିଲା । ତେବେ ନାଭାଲନିଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୂଚନା ନାହିଁ ।
ଏହାପୂର୍ବରୁ ନାଭାଲନିଙ୍କୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା କି, ତାଙ୍କୁ ୨୦୨୦ରେ ସାଇବେରିଆରେ ବିଷ ଦେଇ ମାରି ଦିଆଯାଇଛି । ଯଦିଓ ଏହି ବୟାନକୁ ରୁଷ୍ ସରକାର କେବଳ ଗୁଜବ ବୋଲି କହିଥିଲେ । ସରକାରଙ୍କ ତରଫରୁ କୁହାଯାଇଥିଲା କି, ଏହି କଥାର କୌଣସି ପ୍ରମାଣ ନାହିଁ ଯେ ତାଙ୍କୁ ସ୍ନାୟୁ ଏଜେଣ୍ଟରେ ବିଷ ଦିଆଯାଇଛି । କେବଳ ଏତିକି ନୁହେଁ, ଆଲେକ୍ସି ନାଭାଲନି ଜେଲରୁ ନିଖୋଜ ହେବାର ମଧ୍ୟ ଗୁଜବ ସାମ୍ନାକୁ ଆସିଥିଲା ।