ଆସନ୍ତାକାଲି ସନ୍ଧ୍ୟା ୫ଟା ୩୫ରେ ଉତ୍କ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍
ଆପଣ ଏହି ଚମତ୍କାର ଦୃଶ୍ୟକୁ ଚାରୋଟି ସ୍ଥାନରେ ଲାଇଭ୍ ଦେଖିପାରିବେ, ଇସ୍ରୋର ଅଫିସିଆଲ ୱେବ୍ସାଇଟ, ଫେସ୍ବୁକ ପେଜ୍, ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ ।
ଭାରତର ସବୁଠାରୁ ଉନ୍ନତ ପାଣିପାଗ ଉପଗ୍ରହ INSAT-3DS ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୭ ତାରିଖ ଅପରାହ୍ନ ୫ଟା ୩୫ରେ ଲଞ୍ଚ୍ ହେବ । ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟର (SDSC-SHAR)ର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ GSLV-F14 ରକେଟ୍ ଦ୍ୱାରା ଏହି ଉତକ୍ଷେପଣ କରାଯିବ । ଆପଣ ଏହି ଚମତ୍କାର ଦୃଶ୍ୟକୁ ଚାରୋଟି ସ୍ଥାନରେ ଲାଇଭ୍ ଦେଖିପାରିବେ, ଇସ୍ରୋର ଅଫିସିଆଲ ୱେବ୍ସାଇଟ, ଫେସ୍ବୁକ ପେଜ୍, ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ ।
ଏହି ଲଞ୍ଚିଂରେ ତିନୋଟି ବଡ଼ ଉପଲବ୍ଧି ହାସଲ ହେବାକୁ ଯାଉଛି । ଏହା ହେଉଛି GSLV ରକେଟର ୧୬ତମ ଉଡ଼ାଣ । INSAT-3DS ଉପଗ୍ରହର ମୂଳ ଉଦ୍ଦେଶ୍ୟ ହେଉଛି ସ୍ଥଳ, ସମୁଦ୍ର, ପାଣିପାଗ ଏବଂ ଜରୁରୀକାଳୀନ ସଙ୍କେତ ପ୍ରଣାଳୀ ବିଷୟରେ ସୂଚନା ପ୍ରଦାନ କରିବା । ଏହା ବ୍ୟତୀତ ଏହା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବ ।
GSLV-F14 ରକେଟ୍ INSAT-3DS ଉପଗ୍ରହକୁ ଉତକ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚାଇ ଦେବ । ଉପଗ୍ରହର ମୋଟ ଓଜନ ୨୨୭୪ କିଲୋଗ୍ରାମ । ଏହାକୁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଫଣ୍ଡିଂ କରିଛି । INSAT-3 ସିରିଜ୍ ଉପଗ୍ରହରେ ୬ଟି ଅଲଗା ଅଲଗା ପ୍ରକାରର ଜିଓଷ୍ଟେସନାରୀ ଉପଗ୍ରହ ରହିଛି । ଆସନ୍ତାକାଲି ସପ୍ତମ ଉପଗ୍ରହ ଲଞ୍ଚ୍ ହେବାକୁ ଯାଉଛି । INSAT ସିରିଜର ସମସ୍ତ ଉପଗ୍ରହକୁ ୨୦୦୦ରୁ ୨୦୦୪ ମଧ୍ୟରେ ଲଞ୍ଚ୍ କରାଯାଇଥିଲା ।
GSLV-F14/INSAT-3DS Mission:
Citizens are invited to witness the launch LIVE from the Launch View Gallery (LVG), SDSC-SHAR, Sriharikota.Registration commences today at 18:30 Hrs. IST. https://t.co/J9jd8ylRcC
More images on our official Instagramhttps://t.co/2YQeU5O5l0 pic.twitter.com/5OpuyLUdLI
— ISRO (@isro) February 12, 2024