ଦେଶ ବିଦେଶ

କରୋନା ସଂକଟରେ ଜନଧନ ଖାତାରୁ ଟଙ୍କା ଆଣିବାକୁ ଗଲେ ବୃଦ୍ଧା, କିନ୍ତୁ ମୃତ ବୋଲି କହି ଫେରାଇଦେଲେ ବ୍ୟାଙ୍କ କର୍ମଚାରୀ

‘ଆପଣ ତ ମରି ସାରିଛନ୍ତି, ଆପଣଙ୍କୁ ଆପଣଙ୍କ ଟଙ୍କା କେମିତି ଦେବି।’ ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥା ବାସ୍ତବ ଜୀବନରେ ଘଟିଛି। ଏହି ଘଟଣା ବିହାରରେ ଘଟିଛି। ବିହାରର ବନିୟାପୁରର ଧବରୀ ଟୋଲା ଗାଁର ଗରିବ ମହିଳା ଚାନୋ ଦେବୀଙ୍କ ସହିତ କିଛି ଏପରି ଘଟଣା ଘଟିଛି। ଏହି ମହିଳା ଜଣଙ୍କ ଯେତେବେଳେ ଲକଡାଉନ ସମୟରେ ନିଜ ଜନଧନ ଖାତାରେ ଥିବା ଟଙ୍କାକୁ ଆଣିବାକୁ ଗଲେ ସେତେବେଳେ କିଛି ଏମିତି ହିଁ କଥା ଶୁଣିବାକୁ ମିଳିଲା। ଏହାପରେ ମହିଳାଙ୍କୁ ଜୀବିତ ଥିବା ପ୍ରମାଣ ଦେବାକୁ ପଡିଲା।

ଲକଡାଉନ ପାଇଁ ଏହି ମହିଳାଙ୍କୁ ବହୁତ ଆର୍ଥିକ ସମସ୍ୟା ହେଉଥିଲା। ଏହାରି ଭିତରେ ୨୦ ଏପ୍ରିଲରେ ତାଙ୍କୁ ଖବର ମିଳିଲା ଯେ ଗ୍ରାମୀଣ ବ୍ୟାଙ୍କର ସିଏସପିରେ କରୋନା ଲକଡାଉନ ପାଇଁ ଜନଧନ ଯୋଜନାରେ ଲୋକଙ୍କୁ ଟଙ୍କା ମିଳୁଛି। ଏହାପରେ ସେ ଟଙ୍କା ଉଠାଇବାକୁ ସେଠାରେ ପହଁଚିଲେ, କିନ୍ତୁ ସିଏସପି ସଞ୍ଚାଳକ ତାଙ୍କୁ କହିଲେ ଯେ ତୁମ ଖାତା ବନ୍ଦ ହୋଇଯାଇଛି। ଯେତେବେଳେ କାହିଁକି ବନ୍ଦ ହୋଇଛି ବୋଲି ପଚାରିଲେ ସେତେବେଳେ ସେ ମୃତ ବୋଲି ତାଙ୍କ ଖାତା ବନ୍ଦ ହୋଇଛି ବୋଲି ଜାଣିବାକୁ ପାଇଲେ।

ଏହାପରେ ସେ ଜାଣିବାକୁ ପାଇଲେ ଯେ ଗାଁର ମହିଳା ସରପଞ୍ଚ ପୁନମ ଦେବୀ ତାଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ଜାରୀ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସିଗନେଚର ମହିଳା ସରପଞ୍ଚଙ୍କ ପୁଅ ଭୁଲରେ କରି ଦେଇଛନ୍ତି। ସବୁଠାରୁ ବଡ ପ୍ରଶ୍ନ ଆସୁଛି ଯେ କେମିତି ଜଣେ ଜନପ୍ରତିନିଧିଙ୍କ ସ୍ଥାନରେ ତାଙ୍କ ପୁଅ ନିଷ୍ପତି ନେଇଛନ୍ତି।

ସେପଟେ ଗରିବ ମହିଳା ଜଣଙ୍କ ଏହି ଗୋଟିଏ ସାହାରାରେ ଚଳୁଥିବାରୁ ବହୁତ ଚିନ୍ତାରେ ଅଛନ୍ତି। ସେହିପରି ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

Pritiparna

Recent Posts

ଜିଓର ଦମଦାର ରିଚାର୍ଜ ପ୍ଲାନ, ୫ ଟଙ୍କାରୁ ବି କମ ଦାମରେ ମିଳିବ 1GB ଡାଟା

ଆଜିର ଡିଜିଟାଲ୍ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ୍ ଆବଶ୍ୟକ କରନ୍ତି ଏବଂ ଇଣ୍ଟରନେଟ୍ ବିନା ସ୍ମାର୍ଟଫୋନର କୌଣସି ଲାଭ ନାହିଁ…

6 mins ago

ଦିଲ୍ଲୀ: ଆଖି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ପହଞ୍ଚିଲା ୧୬ ଦମକଳ ଗାଡ଼ି

ଦିଲ୍ଲୀ ଲାଜପତ ନଗରରେ ଏକ ଶିଶୁ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା…

10 mins ago

ରନିଙ୍ଗ ଏକ୍ସରସାଇଜ୍‌ ଆରମ୍ଭ କରୁଛନ୍ତି କି ? ଜାଣନ୍ତୁ ପ୍ରଥମ ଦିନରେ କେତେ ମିନିଟ୍ କରିବା ଉଚିତ୍‌

ରନିଙ୍ଗ୍‌ ଏକ୍ସରସାଇଜ୍‌ କରିବା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବ୍ୟାୟାମ ହୋଇଥାଏ । ଏହି ଏକ୍ସରସାଇଜ୍‌ କରିବା ପାଇଁ, ଆପଣ…

13 mins ago

ବିଶ୍ୱ ପରିବେଶ ଦିବସରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଆରମ୍ଭ, ଚାରା ଲଗାଇ ମୋଦି କଲେ ଆରମ୍ଭ

ବିଶ୍ୱ ପରିବେଶ ଦିବସ ଆଜି ପାଳିନ ହେଉଛି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ…

14 mins ago

ମିଳିଲା ନିଖୋଜ ଡାକ୍ତରଙ୍କ ପତ୍ତା, କର୍ଣ୍ଣାଟକ ପୋଲିସ ହେପାଜତରେ ଥିବା ସୂଚନା

ମାଲକାନଗିରି (କେନ୍ୟୁଜ): ମିଳିଲା ନିଖୋଜ ଡାକ୍ତରଙ୍କ ପତ୍ତା । ଡାକ୍ତର ଅମ୍ଳାନ କୁମାର ଭୋଇ କର୍ଣ୍ଣାଟକ ପୋଲିସ ହେପାଜତରେ ଥିବା…

17 mins ago

ଚନ୍ଦ୍ରବାବୁ ନାଇଡ଼ୁ ୧୬ ଲୋକସଭା ଆସନ ଜିତି ସାଜିଲେ କିଙ୍ଗ୍‌ମେକର

ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଆନ୍ଧ୍ରପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ କ୍ଷମତାକୁ ଫେରିଛି । ଲୋକସଭା ନିର୍ବାଚନରେ ଦଳର ପ୍ରଦର୍ଶନ…

36 mins ago