Below header

କରୋନା ସଂକଟରେ ଜନଧନ ଖାତାରୁ ଟଙ୍କା ଆଣିବାକୁ ଗଲେ ବୃଦ୍ଧା, କିନ୍ତୁ ମୃତ ବୋଲି କହି ଫେରାଇଦେଲେ ବ୍ୟାଙ୍କ କର୍ମଚାରୀ

‘ଆପଣ ତ ମରି ସାରିଛନ୍ତି, ଆପଣଙ୍କୁ ଆପଣଙ୍କ ଟଙ୍କା କେମିତି ଦେବି।’ ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥା ବାସ୍ତବ ଜୀବନରେ ଘଟିଛି। ଏହି ଘଟଣା ବିହାରରେ ଘଟିଛି। ବିହାରର ବନିୟାପୁରର ଧବରୀ ଟୋଲା ଗାଁର ଗରିବ ମହିଳା ଚାନୋ ଦେବୀଙ୍କ ସହିତ କିଛି ଏପରି ଘଟଣା ଘଟିଛି। ଏହି ମହିଳା ଜଣଙ୍କ ଯେତେବେଳେ ଲକଡାଉନ ସମୟରେ ନିଜ ଜନଧନ ଖାତାରେ ଥିବା ଟଙ୍କାକୁ ଆଣିବାକୁ ଗଲେ ସେତେବେଳେ କିଛି ଏମିତି ହିଁ କଥା ଶୁଣିବାକୁ ମିଳିଲା। ଏହାପରେ ମହିଳାଙ୍କୁ ଜୀବିତ ଥିବା ପ୍ରମାଣ ଦେବାକୁ ପଡିଲା।

ଲକଡାଉନ ପାଇଁ ଏହି ମହିଳାଙ୍କୁ ବହୁତ ଆର୍ଥିକ ସମସ୍ୟା ହେଉଥିଲା। ଏହାରି ଭିତରେ ୨୦ ଏପ୍ରିଲରେ ତାଙ୍କୁ ଖବର ମିଳିଲା ଯେ ଗ୍ରାମୀଣ ବ୍ୟାଙ୍କର ସିଏସପିରେ କରୋନା ଲକଡାଉନ ପାଇଁ ଜନଧନ ଯୋଜନାରେ ଲୋକଙ୍କୁ ଟଙ୍କା ମିଳୁଛି। ଏହାପରେ ସେ ଟଙ୍କା ଉଠାଇବାକୁ ସେଠାରେ ପହଁଚିଲେ, କିନ୍ତୁ ସିଏସପି ସଞ୍ଚାଳକ ତାଙ୍କୁ କହିଲେ ଯେ ତୁମ ଖାତା ବନ୍ଦ ହୋଇଯାଇଛି। ଯେତେବେଳେ କାହିଁକି ବନ୍ଦ ହୋଇଛି ବୋଲି ପଚାରିଲେ ସେତେବେଳେ ସେ ମୃତ ବୋଲି ତାଙ୍କ ଖାତା ବନ୍ଦ ହୋଇଛି ବୋଲି ଜାଣିବାକୁ ପାଇଲେ।

sarpanchଏହାପରେ ସେ ଜାଣିବାକୁ ପାଇଲେ ଯେ ଗାଁର ମହିଳା ସରପଞ୍ଚ ପୁନମ ଦେବୀ ତାଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ଜାରୀ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସିଗନେଚର ମହିଳା ସରପଞ୍ଚଙ୍କ ପୁଅ ଭୁଲରେ କରି ଦେଇଛନ୍ତି। ସବୁଠାରୁ ବଡ ପ୍ରଶ୍ନ ଆସୁଛି ଯେ କେମିତି ଜଣେ ଜନପ୍ରତିନିଧିଙ୍କ ସ୍ଥାନରେ ତାଙ୍କ ପୁଅ ନିଷ୍ପତି ନେଇଛନ୍ତି।

ସେପଟେ ଗରିବ ମହିଳା ଜଣଙ୍କ ଏହି ଗୋଟିଏ ସାହାରାରେ ଚଳୁଥିବାରୁ ବହୁତ ଚିନ୍ତାରେ ଅଛନ୍ତି। ସେହିପରି ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.