Below header

ଭଦ୍ରକରେ ଆଉ ୫ ଚିହ୍ନଟ ପରେ ଯାଜପୁର ଜିଲ୍ଲାରେ ସତର୍କ ହେଲା ପ୍ରଶାସନ

ଯାଜପୁର ଟାଉନ : ଆଜି ଭଦ୍ରକ ଜିଲ୍ଲାରେ ୫ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଜଣେ ପଜେଟିଭଙ୍କ ଲିଙ୍କ ଯାଜପୁର ସହିତ ରହିଛି । କୋଲକାତାରୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ ବାହାରି ୩୦ ତାରିଖରେ ଓଡିଶାରେ ପହଞ୍ଚିଥିଲେ । ସେହି ଗାଡିରେ ଯାଜପୁର ଜିଲ୍ଲାର ୬ ଜଣ ଆସିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କେତେକ ଷଠିପୁରରେ ଓହ୍ଲାଇ ଥାଇ ପାରନ୍ତି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି ।

JAJPUR-3

ସେଥିପାଇଁ ଯଦି କୌଣସି ବ୍ୟକ୍ତି ୩୦ ତାରିଖ ସକାଳ ପରଠାରୁ ଷଠିପୁର କିମ୍ବା ଯାଜପୁରରେ ପହଞ୍ଚି ଥାନ୍ତି ତା ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲ୍ଲାପାଳ ନିବେଦନ କରିଛନ୍ତି । ଆଜି ଏହି ସୂଚନା ମିଳିବା ପରେ ଜିଲ୍ଲାର ସମସ୍ତ ସୀମାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଆକ୍ରାନ୍ତଙ୍କ ଘର ପଡୋଶୀ ଭଦ୍ରକ ଜିଲ୍ଲାରେ ହୋଇଥିବାରୁ ତୁରନ୍ତ ଭଦ୍ରକ ସୀମାରେ ଅଧିକ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.