କରୋନାକୁ ନେଇ ଭାଇଜାନ ହେଲେ ଭାଇରାଲ, ଶୁଣନ୍ତୁ ସଲମାନଙ୍କ ନୂଆ ଗୀତ

କରୋନା ଭାଇରସକୁ ନେଇ ସଲମାନ ଖାନ ଅର୍ଥାତ ଭାଇଜାନ ଫ୍ୟାନମାନଙ୍କୁ ସଚେତନ କରୁଥିବା ନଜର ଆସିଛନ୍ତି। ଏହାକୁ ନେଇ ସଲମାନ ନିଜର ଏକ ଗୀତ ରିଲିଜ କରିଛନ୍ତି। ଯାହା କରୋନା ଥିମକୁ ନେଇ ପ୍ରସ୍ତୁତ ହୋଇଛି। ଏହି ଗୀତ ‘ପ୍ୟାର କରୋନା’ ରିଲିଜ ହେବା ପରେ ଭାଇରାଲ ହେବାରେ ଲାଗିଛି। ସଲମାନ ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପୂର୍ବରୁ ସଲମାନ ଟିଜରର ଆରମ୍ଭରେ ସମସ୍ତଙ୍କୁ ନମସ୍କାର ଜଣାଇବା ସହ ସଲାମ କରିଥିଲେ। ଏଥିରେ ମ୍ୟୁଜିକ ପ୍ଲେ ହେବା ପରେ ସଲମାନ ଗାଉଛନ୍ତି, ‘ପ୍ୟାର କରୋନା , ଏତିହାଦ କରୋନା’ (ସ୍ପ୍ରେଡ ଲଭ, ଷ୍ଟେ ୟୁନାଇଟେଡ)। ଗତକାଲି ଏହି ବିଷୟରେ ସଲମାନ ସୂଚନା ଦେଇଥିଲେ। ଏହି ଗୀତକୁ ସାଜିଦ-ଓ୍ଵାଜିଦ କମ୍ପୋଜ କରିଥିବା ବେଳେ ସଲମାନ ଓ ହୁସେନ ଦଲାଲ ଏହାକୁ ରଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.