ଦେଶ ବିଦେଶ

କରୋନା ଭାଇରସର ପଭାବ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ହେବେ ପାସ

କରୋନା ଭାଇରସ କାରଣରୁ ଏବେ ସବୁ ସ୍କୁଲ, କଲେଜ ଏବଂ ଅଫିସକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏବେ କେନ୍ଦ୍ରୀୟ ବିଦାଳୟ ଏକ ବଡ ନିଷ୍ପତି ନେଇଛି। ସ୍କୁଲରେ ପଢ଼ୁଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ କରିଦିଆଯିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯ ପ୍ରାବନ୍ଧନ ଅନୁଯାଇ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତି ନେଇଛନ୍ତି। ୨୦୧୯-୨୦ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଉପସ୍ଥିତ ଥାନ୍ତୁ ବା ଅନୁପସ୍ଥିତ ଥାନ୍ତୁ ତାଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଦିଆଯିବ। ବିଦ୍ୟାର୍ଥୀଙ୍କ ରେଜଲ୍ଟ ଅଭିଭାବକଙ୍କ ଇ-ମେଲ, ହ୍ୱାଟ୍ସଅପ ଏବଂ ମେସେଜ ଜରିଆରେ ପଠାଇ ଦିଆଯିବ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ସଂଯୁକ୍ତ ଆୟୁକ୍ତ (ଟ୍ରେନିଂ ଆଣ୍ଡ ଫାଇନାନ୍ସ) ଡା. ଇ. ପ୍ରଭାକରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟର ଡେପୁଟି କମିଶନରକୁ ଏହି ସମ୍ବଦ୍ଧରେ ନିର୍ଦ୍ଧେଶ ଜାରି କରିଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ଆଗାମୀ ଶ୍ରେଣୀରେ ଉତ୍ତୀର୍ଣ କରିଦିଆଯିବ। ପ୍ରଥମରୁ ଦ୍ୱିତୀୟ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କର ମାସିକ ଟେଷ୍ଟର ପ୍ରଦର୍ଶନ ଆଧାରରେ ତାଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ କରିଦିଆଯିବ। ସେହିପରି ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କର ଯେଉଁ ବିଷୟ ପରୀକ୍ଷାରେ ସେ ଉପସ୍ଥିତ ନଥିବେ ତେବେ ତାଙ୍କୁ ମଧ୍ୟ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ କରିଦିଆଯିବ।

ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ରେଜଲ୍ଟରେ ଇ-ଗ୍ରେଡ଼ ମିଳିଥିବା ତେବେ ମଧ୍ୟ କୌଣସି ସୁଧରାତ୍ମକ ଟେଷ୍ଟ ନ କରାଯାଇ ତାଙ୍କୁ ଆଗାମୀ ଶ୍ରେଣୀରେ ଉତ୍ତୀର୍ଣ କରିଦିଆଯିବ। ସ୍କୁଲ ଖୋଲିବା ପରେ ଯଦି ଅଭିଭାବକ ରେଜଲ୍ଟ ଦେଖିବାକୁ ଚାହିଁବେ ତା ତାଙ୍କୁ ଦେଖାଇ ଦିଆଯିବ। କରୋନା ଭାଇରସ କାରଣରୁ କେଭିରେ କିଛି ଶ୍ରେଣୀର ପରୀକ୍ଷା ଶେଷ ହୋଇନଥିଲା।

Pritiparna

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

20 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

52 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

55 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago