କରୋନା ଭାଇରସର ପଭାବ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ହେବେ ପାସ

କରୋନା ଭାଇରସ କାରଣରୁ ଏବେ ସବୁ ସ୍କୁଲ, କଲେଜ ଏବଂ ଅଫିସକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏବେ କେନ୍ଦ୍ରୀୟ ବିଦାଳୟ ଏକ ବଡ ନିଷ୍ପତି ନେଇଛି। ସ୍କୁଲରେ ପଢ଼ୁଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ କରିଦିଆଯିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯ ପ୍ରାବନ୍ଧନ ଅନୁଯାଇ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତି ନେଇଛନ୍ତି। ୨୦୧୯-୨୦ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଉପସ୍ଥିତ ଥାନ୍ତୁ ବା ଅନୁପସ୍ଥିତ ଥାନ୍ତୁ ତାଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଦିଆଯିବ। ବିଦ୍ୟାର୍ଥୀଙ୍କ ରେଜଲ୍ଟ ଅଭିଭାବକଙ୍କ ଇ-ମେଲ, ହ୍ୱାଟ୍ସଅପ ଏବଂ ମେସେଜ ଜରିଆରେ ପଠାଇ ଦିଆଯିବ।

kvକେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ସଂଯୁକ୍ତ ଆୟୁକ୍ତ (ଟ୍ରେନିଂ ଆଣ୍ଡ ଫାଇନାନ୍ସ) ଡା. ଇ. ପ୍ରଭାକରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟର ଡେପୁଟି କମିଶନରକୁ ଏହି ସମ୍ବଦ୍ଧରେ ନିର୍ଦ୍ଧେଶ ଜାରି କରିଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ଆଗାମୀ ଶ୍ରେଣୀରେ ଉତ୍ତୀର୍ଣ କରିଦିଆଯିବ। ପ୍ରଥମରୁ ଦ୍ୱିତୀୟ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କର ମାସିକ ଟେଷ୍ଟର ପ୍ରଦର୍ଶନ ଆଧାରରେ ତାଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ କରିଦିଆଯିବ। ସେହିପରି ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କର ଯେଉଁ ବିଷୟ ପରୀକ୍ଷାରେ ସେ ଉପସ୍ଥିତ ନଥିବେ ତେବେ ତାଙ୍କୁ ମଧ୍ୟ ଆଗାମୀ ଶ୍ରେଣୀକୁ ଉତ୍ତୀର୍ଣ କରିଦିଆଯିବ।

ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ରେଜଲ୍ଟରେ ଇ-ଗ୍ରେଡ଼ ମିଳିଥିବା ତେବେ ମଧ୍ୟ କୌଣସି ସୁଧରାତ୍ମକ ଟେଷ୍ଟ ନ କରାଯାଇ ତାଙ୍କୁ ଆଗାମୀ ଶ୍ରେଣୀରେ ଉତ୍ତୀର୍ଣ କରିଦିଆଯିବ। ସ୍କୁଲ ଖୋଲିବା ପରେ ଯଦି ଅଭିଭାବକ ରେଜଲ୍ଟ ଦେଖିବାକୁ ଚାହିଁବେ ତା ତାଙ୍କୁ ଦେଖାଇ ଦିଆଯିବ। କରୋନା ଭାଇରସ କାରଣରୁ କେଭିରେ କିଛି ଶ୍ରେଣୀର ପରୀକ୍ଷା ଶେଷ ହୋଇନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.