ଏହି ଜନ୍ତୁ ଦ୍ୱାରା ବ୍ୟାପିଥାଏ ହଣ୍ଟା ଭାଇରସ, ବେଳ ଥାଉ ଥାଉ ହୋଇଯାନ୍ତୁ ସାବଧାନ

କରୋନା ପରେ ଚୀନରେ ହାଟା ଭାଇରସ ନିଜ ପ୍ରାଦୁର୍ଭାବ ଜାହିର କରିବାକୁ ଲାଗିଲାଣି । ଏହି ଭାଇରସ କାରଣରୁ ସେଠାକାର ବୁହାନ ସହରରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ବି ସାମ୍ନାକୁ ଆସିଛି । ଗୋଟେ ପଟେ କରୋନା ଭାଇରସ ବିଶ୍ଵବ୍ୟାପୀ ଆତଙ୍କ ଖେଳାଇଥିବା ବେଳେ ଆଉ ଏକ ନୂଆ ଭାଇରସ ପୃଥିବୀ ବାସୀଙ୍କୁ ଯେମିତି ଥରାଇ ଦେଇଛି । ଏହି ନୂଆ ରୋଗକୁ ନେଇ ନୂଆ ନୂଆ ଅନୁମାନ ଲଗାଇବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏକ ସର୍ଭେକ୍ଷଣରୁ ଜଣାଯାଇଛିକି ଏହି ଭାଇରସଟି ସାପ କିମ୍ବା ବଜ୍ରକାପ୍ତା ନୁହେଁ ବରଂ ମୂଷାରୁ ହିଁ ବ୍ୟାପୁଛି ।

hanta

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ଶନର ରିପୋର୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମୂଷାଙ୍କ ମଳ ମୂତ୍ର, ଲାଳକୁ ଛୁଇଁବା ପରେ ନିଜ ମୁହଁକୁ ଛୁଅନ୍ତି ତେବେ ଏହି ଭାଇରସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । କିନ୍ତୁ କରୋନା ଭାଇରସ ପରି ଏହି ଭାଇରସ ଜଣେ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତି ପର୍ଯ୍ୟନ୍ତ ବ୍ୟାପି ନଥାଏ । କିନ୍ତୁ ଏହାର ସଂକ୍ରମଣ ବିଷୟରେ ଜାଣିବା ପାଇଁ ଡାକ୍ତରଙ୍କୁ ଗୋଟେ ସପ୍ତାହରୁ ୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଯାଏ । ଆଉ ସବୁଠୁ ଜରୁରୀ ହେଉଛି କରୋନା ଭାଇରସ ଲକ୍ଷଣ ପରି ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ସମାନ ଲକ୍ଷଣ ମାନ ଦେଖାଯାଇଥାଏ ।

Image result for hantavirus images

ଯଦି କେହି ବ୍ୟକ୍ତି ଏହି ରୋଗରେ ପୀଡିତ ହୁଅନ୍ତି ତେବେ ତାଙ୍କ ଠାରେ ବି ଜ୍ୱର, ଥଣ୍ଡା , ସର୍ଦ୍ଦି, ମାଂସପେଶୀ ପୀଡା, ବାନ୍ତି ପରି ଲକ୍ଷଣ ମାନ ଦେଖାଦିଏ । ଏହା ବାଦ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି ଅସୁବିଧା ହୁଏ । ଏମିତିକି ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସରେ ପାଣି ଜମି ଯାଇଥାଏ । କରନା ପରି ଏହା ସମ୍ପୂର୍ଣ୍ଣ ନୂଆ ନୁହେଁ । ଏହାର ଆରମ୍ଭ ବିଂଶତମ ଶତାବ୍ଦୀରେ ହୋଇଥିଲା । ୧୯୯୩ ମସିହାରୁ ୨୦୧୭ ଭିତରେ ଏହି ଭାଇରସର ପାଖାପାଖି ୭୨୮ ମାମଲା ସାମ୍ନାକୁ ଆସିଛି । ଏହି ଭାଇରସରେ ୧୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହି ଭାଇରସରେ ମୃତ୍ୟୁ ଆଶଙ୍କା ୩୮ ପ୍ରତିଶତ ପର୍ଯ୍ୟନ୍ତ ଥିବା ବେଳେ । କରୋନା ପରି ଏହାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସାବଧାନତା ରକ୍ଷା ହିଁ ଏହାର ପ୍ରକୃତ ଚିକିତ୍ସା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.